STORYMIRROR

Dhaneswar Dash

Others

3  

Dhaneswar Dash

Others

ଜଗନ୍ନାଥ ବନ୍ଦନା

ଜଗନ୍ନାଥ ବନ୍ଦନା

1 min
373

ଆହେ ପ୍ରଭୁ ଜଗନ୍ନାଥ ନାହିଁ ତୁମ ଆଦି ଅନ୍ତ 

ଶୂନ୍ଯରେ କରୁଛ ଖେଳା ବିଶେଷ ରୂପେ,

କେ' ଜାଣେ ତୁମ ମହିମା ତୁମ ରୂପରେଖ ସୀମା

ବ୍ରହ୍ମା ଶିବ ନ ଜାଣନ୍ତି ଉଦାର ଚିତ୍ତେ,

ଅନନ୍ତ ଅବ୍ଯକ୍ତ ଠାକୁର,

ତୁମ କୃପା ବିନା ସବୁ ତୁଚ୍ଛ, ଅସାର । 


ତୁମେ ଶୂନ୍ଯ ପରଂବ୍ରହ୍ମ ତୁମେ ଜ୍ଯୋତି ସନାତନ

ତୁମେ କରୁଣା ସାଗର ପ୍ରଭୁ ହେ, ସତେ,

ତୁମେ ପ୍ରଭୁ ଅନ୍ତର୍ଯାମୀ ତୁମେ ତ୍ରିଲୋକର ସ୍ବାମୀ

ତୁମ ଧରାବତରଣ ଭକ୍ତଙ୍କ ହିତେ,

ଭାବବିନୋଦିଆ ଠାକୁର,

ଭକ୍ତର ଭାବରେ ବନ୍ଧା ଭକ୍ତବତ୍ସଳ।


ତୁମେ ପ୍ରଭୁ ଅବିନାଶୀ ସଚରାଚରକୁ ଗ୍ରାସି 

ଆବର ସର୍ଜନା କର ବିଧି ବିଶେଷେ,

ପ୍ରଳୟ ଉତ୍ପତ୍ତି କାଳେ ରହିଥାଅ ଯେ ସଲିଳେ

ନୟନ ମୁଦ୍ରିତ ଯୋଗମାୟା ପରଶେ,

ତୁମେ ନିର୍ବିକାର ସମ୍ଭୂତ, 

କେହି ଜାଣେନାହିଁ ତୁମ ଲୀଳା ପ୍ରଭୂତ ।


କୋଟି ବ୍ରହ୍ମାଣ୍ଡ ଉଦରେ ଦେଖାଇଲ ଯଶୋଦାରେ 

ସ୍ବର୍ଗ ମର୍ତ୍ତ୍ୟ ଆଚ୍ଛାଦିଲ ବାମନରୂପି,

ଦେଖାଇ ଅକ୍ରୂର ଜଳେ ତୁମ ମାୟା ଅଗୋଚରେ 

ରାଜା କରାଇଲ ବଳି ପାତାଳେ ଚାପି,

ଦୟାନିଧି ବ୍ରହ୍ମାଣ୍ଡ ଈଶ,

ଅକିଞ୍ଚନ ଲୋଡୁଅଛି ଦୟା ପରଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍