STORYMIRROR

Dhaneswar Dash

Classics

4  

Dhaneswar Dash

Classics

ମାନ ଭଞ୍ଜନ

ମାନ ଭଞ୍ଜନ

1 min
262


ଆଉ ଗୁମାନେ ବସନା ଗୋରୀ,

ମାନ ଭାଙ୍ଗିବାକୁ ଆସିଛି ମୁଁ ପରା

ହାତେ ଧରି ପିଚକାରୀ।


ସପ୍ତ ରଙ୍ଗେ ଭରା ପିଚକାରୀ ଇଏ

ବଇଁଶୀ ଯାହାର ନାମ,

ସପ୍ତସ୍ଵର ମିଶି କରନ୍ତି ଝଙ୍କାର 

ଗୋପ ଦାଣ୍ଡ କରେ ପ୍ରେମ,

ରାଧା ରାଧା ନାମ ଗାଇବ ତୁଣ୍ଡରେ

ପ୍ରିତୀ ରଙ୍ଗ ଦେବ ବୋଳି,

ଆଉ ଗୁମାନେ ବସନା ଗୋରୀ ।


ପ୍ରୀତିର ପରଶ ପାଇଗଲେ ହସ 

ମୁଖମଣ୍ଡଳର ଶୋଭା,

ଫଗୁ ପୂର୍ଣ୍ଣିମାକୁ ଫଗୁଣ ଆଣିଛି

ଧରାରେ ଝଟକେ ଆଭା,

ମଳୟ ସମୀର ବାସ ଚହଟାଏ 

ମନରେ ପ୍ରୀତି ସଂଞ୍ଚାରି,

ଆଉ ଗୁମାନେ ବସନା ଗୋରୀ ।


ଏହି କୁଞ୍ଜବନ ସାଖି ଯେ ରହିଛି

ଗୋପନାରୀ ରାସକେଳୀ,

ରାଧା କୃଷ୍ଣ ନାମ ଗାଏ ବୃନ୍ଦାବନ 

ପ୍ରୀତି ସୁଧା ରସ ଭରି,

ରାଧା କୃଷ୍ଣ ପ୍ରେମ ଅଭେଦ୍ୟ, ଆଗମ

ନିଗମ ବିଚାର କରି, 

ଆଉ ଗୁମାନେ ବସନା ଗୋରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics