STORYMIRROR

Dhaneswar Dash

Inspirational

3  

Dhaneswar Dash

Inspirational

ମାନସ ପୂଜନ

ମାନସ ପୂଜନ

1 min
199


କିମ୍ପାଇଁ ଯାଉଛୁ ମନ ଦେଉଳ ଠାଇଁ,

ଯେଉଁ ଦେଉଳରେ ଦିଅଁ ଦେବତା ନାହିଁ।

କରିଦେ ମନ ନିର୍ମଳ 

ଚେତନା ଚୈତନ୍ଯ ମେଳ,

ତ୍ରିକୁଟେ ରଖିବୁ ଲୟ

ହୋଇଯିବୁ ଭାବମୟ,

ମାନସପଟ୍ଟରେ ଚିତ୍ର ଆଙ୍କିବୁ ଯାଇ,

ଯେଉଁ ଦେଉଳରେ ଦିଅଁ ଦେବତା ନାହିଁ।


ଦେଖିବୁ ଉର୍ଦ୍ଧରୁ ଶିଖା ଖସୁଛି ଧିରେ

ପ୍ରବେଶ ହେଉଛି ଶହସ୍ରାର ରନ୍ଧ୍ରରେ,

ତ୍ରିକୁଟ ମଧ୍ୟରେ ଆସି

ନାସା ରନ୍ଧ୍ରଦ୍ବାରେ ବସି,

ସୂର୍ଯ୍ୟୟଣେ ଚାନ୍ଦ୍ରାୟଣେ

ହୃଦୟ ମଧ୍ଯେ ପ୍ରବେଶି,

ଅବସ୍ଥାନ କରାଇବୁ ହୃଦୟେ ନେଇ

ଯେଉଁ ଦେଉଳରେ ଦିଅଁ ଦେବତା ନାହିଁ।


ହୃଦୟରେ ଶତଦଳ ପଦ୍ମ ପାଖୁଡ଼ା

ପାଖୁଡାରେ ଅବସ୍ଥିତ କର୍ଣ୍ଣିକା ବେଢା,

ତା ଉପରେ ବିଦ୍ଯମାନ

ଅଛି ରତ୍ନ ସିଂହାସନ, 

କରାଇବୁ ଅବସ୍ଥାନ

ଭାବରେ କରି ପୂଜନ,

ଚରଣରେ ଭକ୍ତିଅର୍ଘ୍ଯକୁ ଢାଳିଦେଇ

ଯେଉଁ ଦେଉଳରେ ଦିଅଁ ଦେବତା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational