STORYMIRROR

Debadatta Pradhan

Classics

4  

Debadatta Pradhan

Classics

ମୂଳଗଛ

ମୂଳଗଛ

1 min
393

ସମୟ ଡାକୁଛି ହାତଠାରି ଦୂରେ

କେହି ନୁହେଁ ଆପଣାର

ଆ,ମୋ ସାଥିରେ ଚାଲିଆସ ଧିରେ

ବଦଳି ଯିବ ତୋ ଘର।।

ଭଷା ବାଦଲର କଳ୍ପନା ତୋହର

ଚାକିରୀ ତୋ ଗଛଛାଇ

ଖରା ସାଥେ ଛାଇ ଯେପରି ଖେଳଇ

ଏଇତ ଜୀବନ ଭାଇ।।

କେତେ ନୂଆନୂଆ ଦି,ଦିନ ଦୁନିଆଁ

ସପନକୁ ରାତି ନାହିଁ

ପ୍ରୀତି ବଥ ପରି ହୋଇବ ଭଗାରୀ

ପ୍ରିୟତମା କୂଳ ଚାହିଁ।।

ସମସ୍ତେ ସ୍ବାର୍ଥର ନିଜ ଅକ୍ତିଆର

ପର ପୀଡନେ ହାବୁକା

ଇଛନ୍ତି ଦାମ୍ଭିକେ ରଖିବାକୁ ହସ୍ତେ

ଅନ୍ୟ ଭାଗ୍ୟଡୋରୀ ଏକା।।

ମିଛ ବାହୁବଳ ମିଛ ଧନବଳ

ମିଛିମିଛି କୁଝଟିକା

ଝିମିଟ ଖେଳରୁ କି,ମହାଭାରତ

ମନଟା ଫଟା ଆଟିକା।।

ସମୟ କହୁଛି ଚାଲତା ସହିତ

କାହିଁ ବସିଅଛୁ ଏକା

ସଭିଏଁ ଛାଡିଲେ ତୋ ସଙ୍ଗତ ସିନା

ମୁହିଁପରା ତୋର ସଖା।।

ଆଜନ୍ମୁ ଥିଲି ମୁଁ କାଲିକି ଥିବି ମୁଁ

ମୁଁ ଏକା ଅମର ବନ୍ଧୁ

ବୁକୁତଳେ କେତେ ପୋଥି ସାଇତିଛି

ଛିନ୍ନ ତନ୍ତୁ ସପ୍ତସିନ୍ଧୁ।।

ଆଖିରେ ଯା,ଦେଖୁ ସବୁ ପ୍ରହେଳୀକା

କାନରେ ଯା,ଶୁଣୁ ମିଛ

ମନରେ ଯା,ଭାବୁ ମାତ୍ର ଅହଂକାର

ଅନୁଭୂତି ମୂଳ ଗଛ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics