Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Classics

4  

Sarojini Mishra

Classics

ଲୁହ ନଈ

ଲୁହ ନଈ

1 min
228


ସଂସାର ସାଗରେ ମୋତେ ପଠାଇଲ

ସବୁ କିଛି ଦେଇ କରି

ନାଉରୀ ର କଳା କାତର ଆହୁଲା

କଥା କାନେ ଥିଲ କହି ।


ଆହୁଲା ମାରିବା ନାଉରୀ ର କଳା

ସବୁ ମୁଁ ଯେ ଭୁଲି ଗଲି

ଲୁହର ନଈରେ ପହଁରି ପହଁରି

ଅଣ ନିଃଶ୍ଵାସୀ ହୋଇଲି ।


ମଣିଷ ଜନ୍ମର ଉଦ୍ଦେଶ୍ୟ ଭୁଲିଲି

 ମାୟାରେ ମୁଁ ହଜି ଗଲି

ମୋ ପାଖରେ ଥିଲା ଶାନ୍ତିର ଠିକଣା

ଏଣେ ତେଣେ ଖୋଜୁଥିଲି ।


ସଂପର୍କ ଅର୍ଥକୁ ବି ଅର୍ଥ କରି ମୁଁ

ଲୁହ ନଈ ବୁହାଇଲି

ସେ ନଈ କୂଳରେ ଠିଆ ହୋଇ ଦେଖେ

ଏକଲା ମୁଁ ହୋଇଗଲି ।


ସମ୍ପର୍କ ମାନଙ୍କ ଛନ୍ଦା ଛନ୍ଦି ସଂଜ୍ଞା

ଲୁହର ବରଷା କଲା

ତୁମକୁ ଭୁଲି ମୁଁ ଆତ୍ମ ଗର୍ବେ ହଜି

ଚେଷ୍ଟା କରି ମୁଁ ଚାଲିଲି ।


ବୁନ୍ଦା ବୁନ୍ଦା ଲୁହ ଏକାଠି ହୋଇଲା

ନଈ ହୋଇ ବହିଗଲା

ସେ ନଈରେ ଆଜି ପହଁରୁଛି ଏକା

ରକ୍ଷା କର ପରମାତ୍ମା ।


ହାତ ଧରି ପ୍ରଭୁ ଲୁହର ନଈକୁ

ପାରି ତ କରାଇ ଦିଅ

ତୁମ ଅନୁଭବେ ମଜ୍ଜାଇ ଦିଅ ହେ

କାତ ଧରା ହେ ଶିଖାଅ ।


ତୁମ ଅନୁଭବେ ଲୁହର ନଈରେ

ପରମାନନ୍ଦ ପାଇବି

ଲୁହ ଓ ହସର ମାନେ ନ ରହିବ

ସମ ଭାବାପନ୍ନ ହେବି ।


ଲୁହର ନଈ ବା ହସର ବଗିଚା

ସବୁ ଆମ କର୍ମେ ଗଢ଼ା

ସୁକର୍ମ ପାଇଁ କି ପ୍ରେରିତ କର ହେ

ତୁମେ ତ ପରମ ପିତା ।


Rate this content
Log in

Similar oriya poem from Classics