STORYMIRROR

Pratima Satpathy

Classics

4  

Pratima Satpathy

Classics

ନନ୍ଦ ଘରେ ଗୋବିନ୍ଦ

ନନ୍ଦ ଘରେ ଗୋବିନ୍ଦ

1 min
268


କଂସ ବନ୍ଦୀଘରେ ଦେବକୀ ଉଦରୁ

    ଗୋବିନ୍ଦ ହୋଇଲେ ଜନ୍ମ

ବସୁଦେବଙ୍କର ପାଦର ସାଙ୍କୋଳି

    ଖୋଲି ଗଲା ତତକ୍ଷଣ।


ଉଜ୍ୱଳ ଦିଶିଲା ବନ୍ଦୀଶାଳା ଗୃହ

     କବାଟ ଗଲା ଟି ଫିଟି

ଆକାଶରୁ ସର୍ବ ଦେବତା ମାନେ ଯେ

    କରୁଥିଲେ ପୁଷ୍ପ ବୃଷ୍ଟି ।


ଅଦିନେ ବହିଲା ମଳୟ ପବନ 

    ପ୍ରଭୁଙ୍କର ଆଗମନେ

ବର୍ଷା ସଙ୍ଗରେ ଯେ ଚମକେ ବିଜୁ

    ଦୁନ୍ଦୁଭି ବାଜେ ଗଗନେ ।


ଶ୍ରୀକୃଷ୍ଣ ଙ୍କୁ ନେଇ ପିତା ବସୁ ଦେବ

    ଗୋପକୁ ଚଳିଲା ବେଳେ

ବାଟରେ ଆସି ଣ ଉଗ୍ରସେନବୀର

    ଯିବା ପଥକୁ ଓଗାଳେ ।


ଚତୁର୍ଭୁଜ ରୂପ ଦେଖି ଉଗ୍ରସେନ

   ରାସ୍ତା ଯେ ଛାଡିଣ ଦେଲେ

ଆନନ୍ଦ ମନରେ ବସୁଦେବପୁତ୍ରକୁ 

    ଯେ ନେଇ ଚଳିଗଲେ ।


ନନ୍ଦ ରାଜା ପତ୍ନୀ, ନାମ ଯଶୋମତି

    ତାଙ୍କ କୋଳେ ପୁତ୍ର ରଖି

ଦୁହିତା ନେଇଣ ଆସିଲେ ପଳାଇ

    ଜାଗ୍ରତ ହୋଇଲେ ରକ୍ଷୀ ।


ଅପୁଆ ଘରରେ ପୁତ୍ର ଜାତ ହେଲା

    ଆନନ୍ଦିତ ହେଲେ ନନ୍ଦ

ଖୁସିରେ ନାଚିଲେ ଗୋପ ଗୋପାଳୁଣୀ

    ନନ୍ଦର କୋଳେ ଗୋବିନ୍ଦ ।


ସ୍ବର୍ଣ୍ଣ, ରୋପ୍ୟ, ସହ ଧେନୁ ଦାନ ଦେଲେ

     ହରଷ ମନରେ ନନ୍ଦ

ଯଶୋମତି ରାଣୀ ଆନନ୍ଦେ ବିହ୍ଵଳ

   ପାଇଅଛି କଳାଚାନ୍ଦ।


ଆନନ୍ଦ ଲହରୀ ଖେଳେ ଗୋପପୁରେ

    ଉଛୁଳୁଛି ଗୋପଦାଣ୍ଡ

ପ୍ରୀତି ଉଲ୍ଲାସରେ ମଜ୍ଜି ଗଲେ ଗୋପୀ

    ହସନ୍ତି କଳା ଗୋବିନ୍ଦ।


ପ୍ରୀତିର ମୂର୍ଚ୍ଛନା ତୋଳିଲା ଯମୁନା

    ମହକେ କଦମ୍ବ ଫୁଲ

ରାଧା ରାଣୀ ମନ ଆନନ୍ଦେ ଶିହରେ

    ଆସିଗଲେ ନନ୍ଦଲାଲ ।


ଭ୍ରମରି ବଜାଏ କୁସୁମ ବାଲ୍ଲକୀ

    ଗାଏ ହଳଦୀ ବସନ୍ତ

କୁମ୍ଭାଟୁଆ ପକ୍ଷୀ ଗାଏ ମାଙ୍ଗଳିକ

    ପନୀର ସିଞ୍ଚେ ମରୁତ ।


କଳା ଗୋବିନ୍ଦଙ୍କ ଦିବ୍ୟ ପରଶରେ 

   ଆନନ୍ଦିତ ହୁଏ ଧରା 

ଦୁଷ୍ଟ କଂସ ନାଶି ପ୍ରଭୁ ବ୍ରହ୍ମରାଶି 

   ଉଶ୍ୱାସିବେ ତାର ଭାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics