Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Abstract Classics Inspirational

4  

Satyanarayan Sahoo

Abstract Classics Inspirational

ଗୁରୁ ଶିଷ୍ୟ ସମ୍ପର୍କ

ଗୁରୁ ଶିଷ୍ୟ ସମ୍ପର୍କ

1 min
335



ଗୁରୁ ଶିଷ୍ୟ ର ସମ୍ପର୍କ ଆହା କି ମହାନ

ଦିବ୍ୟ ଚେତନା ରେ ତୋଳେ ସେନେହ ସ୍ପନ୍ଦନ ।

ବ୍ୟାପକ ଭାବ ରେ ପ୍ରଚଳିତ ଭ୍ରାନ୍ତ କଥା

ବୁଝି ବୁଝାଇ ଦିଅନ୍ତି କରି ସୁ ବ୍ୟବସ୍ଥା ।

ଜ୍ଞାନ ବିଦ୍ୟା ବୁଦ୍ଧି ବୃଦ୍ଧି ପାଇଁ ତାଙ୍କ ଅହରହ

ଉଦ୍ୟମ , ଭୂମିକା ଅଟେ ଯେ ପ୍ରଶଂସନୀୟ ।

ଶିଷ୍ୟ ର ସନ୍ତୋଷେ ଆପେ ହୁଅନ୍ତି ସନ୍ତୋଷ

ଶିଷ୍ୟ ଙ୍କ କଲ୍ୟାଣ ପାଇଁ ଥାନ୍ତି ନିତ୍ୟ ରତ ।

କେଉଁ ସୁପ୍ର।ଚୀନା କାଳୁ ଭାରତେ ଜାଗ୍ରତ

ଗୁରୁ ଶିଷ୍ୟ ପରମ୍ପରାନୁଯାୟୀ ସମ୍ପର୍କ ।

 ଆମ ମହା ଭାରତୀୟ ସଂସ୍କୃତି ଚେତନା

ଜାଗ୍ରତ କରାଏ ଦିଏ ଜୀବନେ ପ୍ରେରଣା ।

ମୁଦ୍ରା ବେନି ପାର୍ଶ୍ଵ ପରି ପ୍ରାକୃତିକ ଭାବେ

 ଜଡ଼ିତ ଅଦ୍ଭୂତ ଆକର୍ଷଣ ଓ ବିଭାବେ ।

ଶ୍ରଦ୍ଧା, ଭକ୍ତି, ସୌହାର୍ଦ୍ଦ୍ୟ ର ପୂର୍ଣ୍ଣ ଵର୍ଣ୍ଣ ବିଭା

ଗୁରୁ ସେବି ଲଭେ ଶିଷ୍ୟ ଆପଣା ପ୍ରତିଭା ।

ଗୁରୁ ଶିଷ୍ୟ ବନେ ଥାନ୍ତି ସେ ଗୁରୁ କୁଳରେ 

ଶାନ୍ତ ସ୍ନିଗ୍ଧ ଚାରୁ ମଧୁରୀମା ଯହିଁ ଖେଳେ ।


Rate this content
Log in

Similar oriya poem from Abstract