STORYMIRROR

Prahallad Sahoo

Abstract Classics Inspirational

4  

Prahallad Sahoo

Abstract Classics Inspirational

ନ୍ଯାୟ ଅନ୍ଯାୟ ମଧ୍ୟେ ପଞ୍ଚସଖା

ନ୍ଯାୟ ଅନ୍ଯାୟ ମଧ୍ୟେ ପଞ୍ଚସଖା

1 min
259

  


ନାରୀ, ନାଗ, ନଦୀ, ନିଆଁ, ନରେଶ

ମନରେରଖି ଭରସା ନକର ଅବିଶ୍ବାସ ।।

ଏ ପଞ୍ଚସଖାଙ୍କ ନୀତି ଏକକୁ ଆରେକ 

ମତି ଭ୍ରମହେଲେ ଏମାନେ ବି-ନାସକ।।

             =୧=

ନାରୀ ତୁ ଜନନୀ, ଭଗିନୀ, ଜାୟା ରୂପିଣୀ

ତୁହି ଜଗତେ ଭକ୍ତି, ଶକ୍ତି, ମୁକ୍ତି ପ୍ରଦାୟିନୀ ।।

ତୁହି ଚଣ୍ଡୀ, ତୁହି ମା ଚାମୁଣ୍ଡା ବରଦାୟିନୀ

ତୁହି ମା ସୃଷ୍ଟିର ଆଧାର ତୁ ପ୍ରଳୟକାରିଣୀ ।।

            =୨=

ଚକ୍ଷୁଶ୍ରବା ନାମେ ସେ ଦୁନିଆ ଦେଖି ଶୁଣେ

ଶତୃପକ୍ଷର ଶବଦ ଜାଣିପାରେ ବିନା କର୍ଣ୍ଣେ ।।

ନାଗ ମାତା ବିଷ ଫିଙ୍ଗେ ଦଂଶି ନପାରିଲେ  

ଦ୍ବିଭୁଜ ପତ୍ରୀ ଜିହ୍ଵା ଲହ ଲହ କରି ମାରେ।।

             =୩=

ନଦୀ ତୋ ଧାରା ପ୍ରବାହେ ଭୂମଣ୍ଡଳ ସବୁଜିମା 

ତୋ କୋଳେ ଜନ୍ମି ମଣିଷ ଦେଖାଏ ଗାରିମା।।

ଆଲୋ ପୂଣ୍ଯତୋୟା ସ୍ରୋତସ୍ଵିନୀ ବାରିଧାରା

ହେ ପୂର୍ଣ୍ଣ ଗର୍ଭା ତୋ ଗତିପଥ ସବୁଠୁ ନିଆରା।।

             =୪=

ବନ୍ଦେ ମାଆ ଅନଳ ତେଜୋଦୀପ୍ତ ଅଗ୍ନିଶିଖା 

କ୍ରୋଧରୁ ଜନମ ତୋହର ତୁହି ତ ପ୍ରାଣସତ୍ତା ।।

ତୋ ଇଛାରେ ସୃଷ୍ଟି ଧ୍ବଂସ ତୋ ବିନା ଅସମ୍ଭବ 

ତୋ ପାଦେ କୋଟି ପ୍ରଣାମ ଧରା ସମ୍ଭାଳି ରଖ।।

             =୫=

ହେ ରାଜନ୍, ସତ୍ଯ, ଧର୍ମ ପଥେ ତୁ ପ୍ରଜା ବତ୍ସଳ

ଲୋଭ, ମୋହ, ମାୟାରେ ନାଶ କରୁ ପ୍ରଜାକୂଳ।।

କେତେବେଳେ କେଉଁ ପଥେ ଯାଉ ତୋତେ ଜଣା

ତୋତେ ବୁଝାଇ ଅନେକ ହୋଇଛନ୍ତି ବାଟବଣା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract