Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Classics Others

4  

Nrusingha Narayan Tripathy

Classics Others

ଆଉ ଥରେ ଜନ୍ମନିଅ କୃଷ୍ଣ

ଆଉ ଥରେ ଜନ୍ମନିଅ କୃଷ୍ଣ

1 min
394


ଅଧର୍ମ ପ୍ରଗତି  ଚରିତ୍ରେ ଦୁର୍ଗତି

ଧର୍ମ ହୀନ ଶିକ୍ଷାନୀତି

ପାପ ପୁଣ୍ୟ ଶୂନ୍ୟ ଜାଗୃତି ବିହୀନ

ଭ୍ରଷ୍ଟାଚାରେ ପ୍ରିୟାପ୍ରିତି l


ଅନୀତି ଭୂଷଣ  କର୍ମରେ କଷଣ

ସାଧୁତାର ନାହିଁ ସ୍ଥାନ

ଖଚ ମିଛ ଜାଣ  ପାଏ ସନମାନ

ନୀତି ନାମେ ସଇତାନ l


ଅସତ୍ୟ ପ୍ରକାଶ ସତ୍ୟ ଅବଶୋଷ

ଦଣ୍ଡ ପାଏ ସତ୍ୟବାଦୀ

ଠକ ରାଜନୀତି ସଦା ଜାଲୀଆତି 

ପୁରସ୍କୃତ ମିଥ୍ୟାବାଦୀ l


ଅଂହକାର ଗର୍ବ  ଦୁର୍ନୀତି ସ୍ଵଭାଵ

ହତ୍ୟା, ବଳତ୍କାର,ଚୋରି

ଜିଇଁବା,ଚଳିବା ,ଚାଳିବା,ରହିବା

ଏଠି ପ୍ରଭୁ ମରି ମରି l


ଅସ୍ୱୟା ଭାବନା କରେ ବାଟବଣା

ଈର୍ଷା, ହିଂସା, ପ୍ରତାରଣା

ଯୁଦ୍ଧ ବିଭୀଷିକା ଶାନ୍ତି ମରୀଚିକା

ପାଦେ ପାଦେ ମରା ହଣା l


ଅଧର୍ଯ୍ୟ ହେଲାଣି  ଚିନ୍ତା ବଢ଼ିଲାଣି

ଧର୍ମ ରଖ ନରହରି 

ଅଶାନ୍ତି ହଟାଇ ସତ୍ୟ ରକ୍ଷା ପାଇଁ

ଜନ୍ମ ନିଅ ଦଇତାରୀ l


ଅଧୀର ଚିତ୍ତରେ  ଅପେକ୍ଷା ଆତୁରେ

କୃଷ୍ଣ ଜନ୍ମ ମନେ ଭାଳେ

ଅଲୋଡ଼ା ଜୀବନେ ଆଶା ବାନ୍ଧି ମନେ

ପ୍ରତୀକ୍ଷାରେ ମହୀତଳେ l


Rate this content
Log in