STORYMIRROR

Manaswinee Dash

Classics

4  

Manaswinee Dash

Classics

ଗୁରୁଗୁରୁ

ଗୁରୁଗୁରୁ

1 min
416


ଗୁରୁ ଶବ୍ଦ ହେଲେ କ୍ଷୁଦ୍ର ,

ଭରିଛି ଭାବ ବହୁ ଗଭୀର।

ଚିହ୍ନି ଶିଷ୍ୟର ଅନ୍ତର୍ନିହିତ ଗୁଣ ,

କରନ୍ତି ତାର ଗୁଣାତ୍ମକ ରୂପାନ୍ତରଣ।

ଜୀବନରେ ଆସନ୍ତି ବହୁ ଗୁରୁ,

କିଛି ନା କିଛି ଶିଖୁ ଆମେ ତାଙ୍କରି ଠାରୁ।

ଯୋଉ ଗୁରୁ କରନ୍ତି ମନରେ ବାସ,

ସଦା ମନ ଗାଏ ତାଙ୍କର ଯଶ।

ଗୁରୁ ସଦା କରନ୍ତି ଶିଷ୍ୟ ର ଶୁଭ କାମନା,

ଶିଷ୍ଯକୁ ଶୀର୍ଷ ରେ ଦେଖୀ ସିଏ ହୁଅନ୍ତି ଖୁସିମନା।

ଶିଷ୍ଯ ସଦା ଚାହେଁ ହବାକୁ ଗୁରୁଙ୍କ ପ୍ରିୟ,

ତାନ୍କରି ମନ ରେ କରିବାକୁ ଘର ସଦା ଥାଏ ଲୟ।

ଗୁରୁଙ୍କୁ ଯଦି କରିବା ହତାଦର,

ଜୀବନ ହବ ନର୍କପୂର।

ଗୁରୁନ୍କ ଆଶୀର୍ବାଦ ଘେନି ଯଦି କାମ କରିବ,

ସଫଳତା ଦିନେ ନିଶ୍ଟେ ତୁମ ପାଦ ଚୁମିବ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics