STORYMIRROR

Satyanarayan Sahoo

Abstract Classics Inspirational

4  

Satyanarayan Sahoo

Abstract Classics Inspirational

ଗୁରୁ

ଗୁରୁ

1 min
283


ଧନ୍ୟ ତୁମେ ଆହେ ଦୟାମୟ ଗୁରୁ

ଅଜ୍ଞାନ ଅନ୍ଧାର ଦୂର

କରି ଅନିର୍ବାଣ ଦୀପଶିଖା ସମ

ଜ୍ଞାନ ବିଦ୍ୟା ମେଧା ଧାର ।

ବିତରି ଶିଷ୍ୟର ସୁକଲ୍ୟ।ଣ କର

ବିପୁଳ ବିଭା ବିଭୂତି

ସହାସ୍ୟ ମୁଖ ରେ ହରଷ ଅନ୍ତରେ

ଶିକ୍ଷ୍ୟା ଦିଅ ନିତି ନିତି ।

ସମାଜ ସଂସ୍କୃତି ମହିମା ଚେତନା

ବ୍ୟକ୍ତି ମନୋଭାବ ଆଦି

ଅନୁରୂପ ଜ୍ଞାନ କୌଶଳ ଶିକ୍ଷଣ

ଚରିତ୍ର ଗଠନ ସାଧି ।

କରି ସ୍ନେହ ପ୍ରେମ ଶ୍ରଦ୍ଧା ସମାଦର

ଅରପ ଜ୍ଞାନ ଭଣ୍ଡାର

ଦିବ୍ୟ ଚେତନା ରେ ଭରା ଭାବ ଧାରା

ଶୋଭିତ ତୁମ ଅନ୍ତର ।


এই বিষয়বস্তু রেট
প্রবেশ করুন

Similar oriya poem from Abstract