STORYMIRROR

Binapani Tripathy

Classics

3  

Binapani Tripathy

Classics

ମାଆ ଭଦ୍ରକାଳୀ

ମାଆ ଭଦ୍ରକାଳୀ

1 min
362


ଡାକିଦେଲେ ମାଆ ବୋଲି 

ଧାଇଁ ଆସୁ ଭୁଜା ମେଲି 

ଆସୁ ବାଧା ଯେତେ ଜୀବନର ପଥେ 

ତୋତେ ସୁମରିଲେ ଯାଏ ଟଳି 


ସାଳନ୍ଦୀର କୂଳେ ଦେବାଦେବୀ ମେଳେ 

ବସିଛୁ ନଗର ତୋଳି 

ମାଆ ଭଦ୍ରକାଳୀ ..ମାଆ ଭଦ୍ରକାଳୀ ।।


ନାଲି ମନ୍ଦାରରେ ଶଙ୍ଖାସିନ୍ଦୁରରେ 

ବେଲପତରେ ସଜେଇ ଥାଳି 

ନଡିଆ କଦଳୀ, ଖଣ୍ଡେ କଳାଶାଢୀ 

ଚିତା ଆଣିଛି ତୋ ପାଇଁ ଗଢି 


ତୋ ନାମଧରି ଦୀପ ଦେଲେ ଜାଳି 

ପାପ ଛାଏଁ ଯାଏ ଜଳି 

ମାଆ ଭଦ୍ରକାଳୀ..ମାଆ ଭଦ୍ରକାଳୀ ।।


ରାତି ଅଧେ, ଘୋଡା ଟାପୁ ଶୁଭେ 

ସାତଭଉଣୀ ଯାଉଲୋ ବୁଲି 

ରୁଣୁଝୁଣୁ ତୋର ପାଉଁଜିର ସ୍ବର 

ଶୁଣି ନିସ୍ତରିଲି..ନିସ୍ତରିଲି 


ଟେକି ଦେଲି ହାତ ଟେକ ରଖ ମାତ 

ତୋ ଚରଣେ ଶରଣ ଗଲି 

ମାଆ ଭଦ୍ରକାଳୀ ..ମାଆ ଭଦ୍ରକାଳୀ  ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Binapani Tripathy

Similar oriya poem from Classics