ମୁଁ
ମୁଁ
ସମୁଦ୍ର ବେଳା ଭୁମିରେ
ଏକା ହୋଇ ଯାଇଥିବା
ଶାମୁକା ଟି ମୁଁ
ଟ୍ରାଫିକ୍ ରେ ଠିଆ ହୋଇ ଦେଖୁଥିବା
ଲାଲ୍ ବତୀ ଟି ମୁଁ ।
ବର୍ଷା ପରେ , ଆକାଶରେ
ଭାଷି ବୁଲୁଥିବା
ମେଘ ଖଣ୍ଡଟି ମୁଁ
ଗହଳି କୁ ଭଲ ପାଇ
ଗହଳି ଠୁ ଦୁରରେ ରହୁଥିବା
ମଣିଷଟି ମୁଁ ।
ଏକ ଅସମାପ୍ତ କବିତା ର
କେତୋଟି ପଂକ୍ତି ହେଉଛି ମୁଁ
ଯିଏ ଭଲ ପାଇବା ନା ରେ ପାଇଛି ବିଶ୍ୱାସଘାତକତା
ସମ୍ପର୍କ ନା ରେ ପାଇଛି , କୁତ୍ରିମତା
ଜିବନ ନା ରେ ପାଇଛି , ମୁଠାଏ ଅଭିଜ୍ଞତା
ସେହି ମଣିଷ ଟି ହେଉଛି ମୁଁ ।
