STORYMIRROR

BULU BEHERA

Abstract Classics Others

3  

BULU BEHERA

Abstract Classics Others

ଦୀପାବଳି

ଦୀପାବଳି

1 min
357

ଆଜି  ଚୈତ୍ର  ମାସର

ମଙ୍ଗଳବାର ନୁହଁ  ଯେ

ମାଆ ତରାତାରିଣୀଙ୍କ ପୀଠର

ଆଜି  ଚଢ଼ା ହେବ  ବଳି,

ଆଜି ଗହ୍ମା ପୂର୍ଣ୍ଣମୀ ନୁହଁ ଯେ

ପଶୁମାନଙ୍କୁ  ଦିଆଯିବ ବଳି

ଆଜି ମେରୁ ସଂକ୍ରାନ୍ତି ନୁହଁ ଯେ

ମା ' କାଳୀଙ୍କ  ଠାରେ ଦିଆହେବ  ବଳି

ଆଜି ମଧ୍ୟ  ରଜ ସଂକ୍ରାନ୍ତି  ନୁହଁ  ଯେ

ମା ' ସିଂହାସନୀଙ୍କ ଠାରେ ଦିଆହେବ ବଳି

ଆମ ପୂର୍ବ  ପୁରୁଷଙ୍କ  ଉଦ୍ଧେଶ୍ୟରେ

କାର୍ତ୍ତିକ  ମାସ  ଅମାବାସ୍ୟାରେ

ସମଗ୍ର  ଭାରତ ବର୍ଷରେ

ଦୀପମାନଙ୍କୁ ନେଇ ଯେଉଁ  ଦିନ

ପୂର୍ବ ପୁରୁଷଙ୍କୁ  ବଳି  ଉତ୍ସର୍ଗ କରାଯାଏ,

ସେହି ଦିନଟି ହେଉଛି  ଆମର

ଅତି  ଖୁସିର  ଆଲୋକର  ପର୍ବ 

ଆଉ ବଡବଡିଆଙ୍କୁ  ମନେ

ପକାଇବାର  ଦିନଟି  ହେଉଛି 

ଆମର  ପ୍ରିୟ  "ଦୀପାବଳି " ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract