ମାଆ
ମାଆ
ମାଆର ପଣତ ଶ୍ରୀମନ୍ଦିର ନେତ
ନାହିଁ ଡର ନାହିଁ ଭୟ ,
ମାଟି ଠୁ ଆକାଶ ଯା ପାଇଁ ସରସ
ମହାନତା ପରିଚୟ ।
ମମତା ଧାରାରେ ମୋହି ନେଉଥାଏ
ଆମ ଜୀବନର ତରୀ,
ଫୁଲର ମହକ ଚନ୍ଦନ ସୁବାସ
ନୁହେଁ ତାର ସମ ସରୀ ।
କଥାରେ ତାହାର ବହି ଯାଉଥାଏ
ପୁଣ୍ୟ ମନ୍ଦାକିନୀ ଧାରା ,
ଯାର ପାଦ ଧୂଳି ଦେହେ ଦେଲେ ବୋଲି
ଛୁଏ ନାହିଁ ଦୁଃଖ ପରା ।
ଯା କୋଳ ରେ ଥରେ ମଥା ରଖିଦେଲେ
ଆତ୍ମା ହୋଇଯାଏ ତୃପ୍ତି,
ମା ଡ଼ାକି ଦେଲେ ମାମତାମୟୀ ର
ଗରବରେ ଫୁଲେ ଛାତି ।
