STORYMIRROR

Debasmita Dash

Classics

3  

Debasmita Dash

Classics

ଜୀବନ

ଜୀବନ

1 min
381

ଜୀବନ ସେ ସଂଘର୍ଷର ରୂପାନ୍ତର,

ଭରି ରହିଥାଏ ସେଠି ମତମତାନ୍ତର ।

ସେ ଯେ ଅନୁଭବରେ ପରିପୂର୍ଣ୍ଣ ,

ପୁଣି ଅଭିଜ୍ଞତାର ଚଳମାନ।

ଦୁଃଖ ସୁଖ ସବୁ ଆସିକି କି ଜୀବନେ ବଢାନ୍ତି ଜୀବନ ମାନ,

ସ୍ମୃତି ଅନୁଭୂତି ପାଖେ ପାଖେ ରହି ସଫଳ କରେ ଜୀବନ।

ଜୀବନ ନୌକା ବାହିବା ପାଇଁ କି ଧର୍ମ ସଜିଥାଏ କାତ,

ଜୀବନ ମନ୍ଦିର ତୋଳିବା ନିମନ୍ତେ ସାଧୁତା ହିଁ ମୁଖ୍ୟ ନେତ ।

ସତ୍ୟ,ଧର୍ମ,ନ୍ୟାୟ ସବୁକୁ ଆଦରି ପାଉ ଆମେ ସ୍ଥାନ ଶୀର୍ଷ,

ସୁକାର୍ଯ୍ୟ ସୁଗୁଣ କରିପାରିଥିଲେ ସାଜୁ ଯେ ଆମେ ଆଦର୍ଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics