STORYMIRROR

Jyotiranjan Acharya

Classics

4  

Jyotiranjan Acharya

Classics

ଛନ୍ଦି ପକାଅନା

ଛନ୍ଦି ପକାଅନା

1 min
23.5K

ଛନ୍ଦି ପକାଅନା ପାଦକୁ ତାହାର

ବାନ୍ଧି ପକାଅନା ତାର ମନକୁ,

ବନ୍ଧ ପକାଅନା ବହିଯାଉ ନଦୀ

ରୋଧି ପକାଅନା ତାର ପଥକୁ।

ସ୍ନେହ ଅନ୍ଧ ହେଲେ ମୋହ ହୋଇଥାଏ

ସେନେହ ଅମୃତ ମୋହଟି ବିଷ,

କର୍ତ୍ତା, କର୍ମ ଏବଂ କାରକ ନିମିତ୍ତ

ଡାକି ଆଣିଥାଏ ସେ ସର୍ବନାଶ।

କୁନି ଆଙ୍ଗୁଠିରେ ଲେଖିବାକୁ ଦିଅ

ଶ୍ବେତ ଭାଗ୍ୟପଟ୍ଟେ ତା ଭବିଷ୍ୟତ,

ହାତ ଧରି ତାର ଲେଖାଇ ଦିଅନା

ନିଜ ଉଚ୍ଚାକାଙ୍କ୍ଷା ମାନ ମହତ।

ବାଛିବାକୁ ଦିଅ ତାର ସ୍ବଇଚ୍ଛାରେ

ଜୀବନର ଦୀର୍ଘ କରମ ପଥ,

ନାଚିବାକୁ ଦିଅ ତା ମନ ଖୁସିରେ

ରଙ୍ଗମଞ୍ଚ କରିଦିଅ ଉନ୍ମୁକ୍ତ।

ଅସହାୟ ନୁହେଁ ଅଥର୍ବ ନୁହେଁ ସେ

ଶକତି ସମ୍ପନ୍ନ ମାନବ ଶିଶୁ,

କର ସହାୟତା ଲଭୁ ସେ ପୂର୍ଣ୍ଣତା

ପୂର୍ଣ୍ଣ ଚନ୍ଦ୍ର ସମ ପ୍ରଭା ବରଷୁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics