STORYMIRROR

Jyotiranjan Acharya

Others

3  

Jyotiranjan Acharya

Others

ବୈଶାଖର ବର୍ଣ୍ଣାଳୀ

ବୈଶାଖର ବର୍ଣ୍ଣାଳୀ

1 min
169

ଧଳା ଧଳା ପାଚିଲା ବାଳରେ କଳା ରଙ୍ଗ ବୋଳୁବୋଳୁ 

ଭଗ୍ନ ଶିଳାଖଣ୍ଡ ଯୋଡି ନଅରଟେ ଗଢୁଥାଏ ଗଢୁ 

ଦାନ୍ତମାନେ ଗୋଟେ ଗୋଟେ ପଡିବାରେ ଲାଗିଗଲେ 

ଦନ୍ତହୀନ ଅହଙ୍କାର ପାକୁଆ ପାଟିକୁ ଦେଖି 

ବହୁତ ଖର୍ଚ୍ଚାନ୍ତ ହୋଇ ପୁନଃ ରୋପଣ କଲି କିଛି ଦାନ୍ତ 

ଆରେ ଇତ୍ୟବସରରେ ଆଖିରେ ପରଳ ମାଡିଲା

ସବୁ କିଛି ଧୂଆଁଳିଆ ଦେଖାଗଲା କେବଳ ସପନକୁ ଛାଡି

ଅସ୍ତ୍ରୋପଚାର ହେଲା ଓ ଚଷମା ଲାଗିଲା

ହେଲେ ଅନୁଭବୀ ଆଖିକୁ ସତଗୁଡା ଦାଉଦାଉ ଦିଶିଲେ

ଦୁନିଆଟା ଧୂସର ଧୂସର ଏବେ ବି ଦିଶୁଥିଲା

ଏବେ ସବୁଆଡୁ ଆଖିବୁଜି ଦେଇ 

କେବଳ ମୁଁ ସପନ ଦେଖୁଛି

ସେ ସ୍ବପ୍ନରୁ କିଛି କିଛି ରଙ୍ଗ ନେଇ କବିତା ଲେଖୁଛି

ଆକାଶର ଧୂସର ବକ୍ଷରେ ଇନ୍ଦ୍ରଧନୁ ରଙ୍ଗ ସଜାଉଛି 

ଲାଗୁଛି ସମୟଟା ପଛୁଆ ଚାଲୁଛି

ମୁଁ ବାର୍ଦ୍ଧକ୍ଯରୁ ଧୀରେ ଧୀରେ ଯୁବକ ହେଉଛି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍