ପଙ୍କରେ ପଦୁଅଁ
ପଙ୍କରେ ପଦୁଅଁ
ହୋଲି ଖେଳିବାକୁ ବାହାରି ପଡିଲୁ ଆମେ ସ୍ଵାମୀ ସ୍ତିରୀ ଦୁହେଁ
ପଡୋଶୀଙ୍କ କଲିଂ ବେଲ ମାରିଦେଲୁ ବଡ ହସ ହସ ମୁହେଁ |
ଘଣ୍ଟି ଶବ୍ଦ ଶୁଣି ଝରକା ଫାଙ୍କରେ ଅଳପ ଚାହିଁଲେ ସିଏ
ଗାରୁଗାରୁ ହୋଇ କହିଲେ କଥାଏ “ସକାଳୁ ଆଇଲା କିଏ” |
ଆମ ହାତେ ରଙ୍ଗ ପୁଡିଆକୁ ଦେଖି ତାଙ୍କ ରଙ୍ଗ ଗଲା ଉଡି
କିଳିଲେ କବାଟ ସତେକି ଆସିବ ବାତ୍ୟା ବର୍ଷା ଘଡଘଡି |
ଫେରିଲୁ ସେଠାରୁ ରାସ୍ତାରେ ଦେଖିଲୁ ସବୁଆଡ ଶୂନଶାନ
ରଙ୍ଗ ପରବର ଶୁଭ ବେଳତାରେ ଧରା ହୋଲା ଶମଶାନ |
ଆଗକୁ ଚାଲିଲୁ ଯାଇ ପହଞ୍ଚିଲୁ ଚିହ୍ନା ଚିହ୍ନା ଏକ ଘରେ
ବାଲକୋନୀରୁ ମୁହଁ ମୋଡି ଚାଲିଗଲେ ଫେରି ନଚାହିଁଲେ ଥରେ |
ମୁହଁବୋଲା ଏକ ମଉସା ମିଳିଲେ ଗଛରେ ଦିଅନ୍ତି
ପାଣି
ଛଦରମ କରି କହିଲେ ଆମକୁ “ନାକରୁ ବୋହୁଛି ପାଣି” |
ନିରାଶ ହୃଦୟେ ଭାବିଲୁ ଫେରିବା ଥାଉ ଏତିକିରେ ହୋଲି ଘରେଯାଇ ରଙ୍ଗ ଉତ୍ସବ ପାଳିବା ନିଜେ ହୋଇ ବୋଳାବୋଳି |
ଚାଲୁ ଚାଲୁ ଦୁହେଁ ବାଟରେ ପଡିଲା ବସ୍ତି ଏକ ଶ୍ରମିକଙ୍କ
ନଜାଣି ନଶୁଣି ପାଛୋଟିଲେ ଯେହ୍ନେ ମୋତି ପାଇଛିକି ରଙ୍କ |
ଆପଣାପଣିଆ ଦେଖି ସେମାନଙ୍କ ଅବିର ପୁଡିଆ ଖୋଲି
ହସିଲା ହସିଲା ମୁହଁ ମାନଙ୍କରେ ଉଲ୍ଲାସରେ ଦେଲୁ ବୋଳି |
ନିର୍ଦ୍ଧନ ମଣିଷ ସରଳ ମନରେ ଆମଠି ମାରିଲେ ରଙ୍ଗ
ରଙ୍ଗ ଆବରଣେ ଏକାକାର ହେଲେ ଏକ ଆରେକର ସଙ୍ଗ |
ଦେଖି ଖୁସି ହେଲୁ କଲୋନୀ ଭିତରୁ ରୁଷି ଯାଇଥିବା ରଙ୍ଗ
ଏଇଠି ରହୁଛି ହସି ହସାଉଛି ମନଲୋଭା ତାର ଢଙ୍ଗ |