STORYMIRROR

Jyotiranjan Acharya

Abstract

3  

Jyotiranjan Acharya

Abstract

ମେଣ୍ଢା ମୁଣ୍ଡିଆ

ମେଣ୍ଢା ମୁଣ୍ଡିଆ

1 min
230

ଭଡାର ଭିଡର ଚିତ୍କାରକୁ ଅବା କାହା ଖାତର

ମୁଠାଏ ଭାତ ଓ ଡଂକାଏ ଡାଲମା ମୂଲ ଯାହାର।


କାହାର କଅଣ ତାଡି ପକାଇବ ସ୍ଲୋଗାନ ତାର

ଆଇଁସର ଟିକେ ଝୋଳ ପିଇ ହେବ ଆଉ କାହାର।


ଆଜି ମୁର୍ଦାବାଦ ଯଦି କରେ କାର ମୁଖ ତାହାର

ମାଗଣାରେ ଢୋକେ ମିଳିଲେ କରିବ ତା ଜୟକାର।


ମେଣ୍ଢା ପଲପଲ ପାଳନ କରିବା କାମ ତାଂକର

ଯୁଆଡେ ଅଡଉ ସିଆଡେ ଚାଲିବା ଧର୍ମ ୟାଂକର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract