STORYMIRROR

Sarita Rani Mohanty

Classics

4  

Sarita Rani Mohanty

Classics

ଉଡି ଯିବି

ଉଡି ଯିବି

1 min
23.3K


ଉଡିଯିବି ମୁହିଁ ଗଗନକୁ ଡେଇଁ

   ଚନ୍ଦ୍ରଯାନର ପରେ

ଜହ୍ନ ରାଇଜରେ ପ୍ରିୟ ମୋର ଅଛି

  ତା'ର ମନ ମୋତେ ଝୁରେ   ll


ଆଶା ଅସୁମାରୀ ଏ ମୋର ପରାଣେ

    ମାପି କେ ପାରିବ ନାହିଁ

ଅସୀମ ଆକାଶେ ବିହଙ୍ଗଟେ ପରି

     ସଦାବେଳେ ଉଡୁଥାଇ   ll


ସର୍ବଦା ସଂକଳ୍ପେ ରତ ଥାଇ ମନ

  ସପନ ସାକାର ପାଇଁ

ଡେଣାକୁ ଉଡାଇ ନିତି ବୁଲୁ ଥାଇ

   ପ୍ରେମକୁ ଛୁଇଁବା ପାଇଁ      ll


ସପନର ମଞ୍ଜି ହେବ ଅଙ୍କୁରିତ

  ହୃଦୟ ତଳକୁ ଆଡେଇ

ମୋ ମନ ସଉଦାଗର ଆସିବ ସେ

  ଆଶାର ଆଲୋକ ଜଳାଇ   ll


ଉଚ୍ଚ ଅଭିଳାଷା ନ କରେ ନିରାଶା

   ରୂପ ନିଏ ବାସ୍ତବତା

ଲଙ୍ଘୀ ବନ ଗିରି ଅତଳ ସାଗର 

   ପାଏ ପୁଣି ସଫଳତା     ll


ନୂତନ କୌଶଳ ଜନ ଅଟ୍ଟହାସ୍ୟ

   କରେ ସଦା ଅନୁଧ୍ୟାନ

ଆଶା ଆକାଂକ୍ଷାକୁ ଜୀବନ୍ତ କରାଏ

  ପ୍ରତିଜ୍ଞା କରେ ପୂରଣ     ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics