STORYMIRROR

Writer Roja Panda

Classics

4  

Writer Roja Panda

Classics

ଶ୍ରୀରାମଙ୍କ ଲୀଳା

ଶ୍ରୀରାମଙ୍କ ଲୀଳା

1 min
735


ରାମଙ୍କ ଚରଣ ଧୂଳିରେ ଥିଲା ଲୋ 

କେତେ ଅଲୌକିକ ଶକ୍ତି,

ପାଷାଣୀ ଅହଲ୍ୟା ପଥର ଶରୀରୁ

ପାଇଗଲା ସତେ ମୁକ୍ତି ।।


ନାମରେ ତାଙ୍କର ଥିଲା କି କୁହୁକ

ଲଙ୍କା ଗମନର ହେତୁ,

ପଥରରେ ଲେଖି ସାଗରେ ପକାନ୍ତେ

ବାନ୍ଧି ହେଇଗଲା ସେତୁ ।।


ଦସ୍ୟୁ ରତ୍ନାକର ସାଜିଲେ ବାଲ୍ମୀକି

ପ୍ରଭୁ ସଂକୀର୍ତ୍ତନ ଜପି,

ନୂତନ ଜୀବନ ପାଇ ସେ ହୁଙ୍କାରୁ

ରାମାୟଣ ଦେଲେ ରଚି ।।


ଶିବଧନୁ ଭାଙ୍ଗି ଜନକ ସଭାରେ

ସାଜିଲେ ସୀତାଙ୍କ ବର,

ସସମ୍ମାନେ ତାଙ୍କୁ ପାଛୋଟିଣ ପ୍ରଭୁ

ଆଣିଲେ ଅଯୋଧ୍ୟା ପୁର ।।


ଜାନକୀ ମାତାଙ୍କ ଇଚ୍ଛାକୁ ସ୍ଵୀକାରି

ପଞ୍ଚବଟୀ ବନସ୍ତରେ,

ସୁବର୍ଣ୍ଣ ହରିଣୀ ପଛରେ ଧାଇଁଲେ

ଧନୁ ଧରି ବାମ କରେ ।।


ଲଙ୍କାଗଡ ରାଜା ରାବଣଙ୍କୁ ବଦ୍ଧି

ସୀତାଙ୍କୁ ମୁକତି ଦେଲେ,

ଶେଷରେ ଅଯୋଧ୍ୟା ଫେରିଣ ଶ୍ରୀରାମ

ସିଂହାସନେ ବିଜେ କଲେ ।।


ଲୀଳା ଖେଳା ତାଙ୍କ ବଖାଣିବା ପାଇଁ

ନାହିଁ ତ ଶକତି ମୋର,

ଅବତାରି ସେ ଯେ ସ୍ୱୟଂ ନାରାୟଣ

ମୁଁ ହୀନ ଅଧମ ଛାର ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics