STORYMIRROR

Dharmaraj Majhi

Others

4  

Dharmaraj Majhi

Others

ବିଶ୍ୱାସ

ବିଶ୍ୱାସ

1 min
336


ବିଶ୍ୱାସ,

ତ ଅମୃତ !!

ଅମର ହୁଏ ସମ୍ପର୍କ

ଦୃଢ଼ ହୁଏ ଆତ୍ମୀୟତା,

ମହମହ ବାସେ ପବିତ୍ରତା !!


ବିଶ୍ୱାସ,

ଆଲୁଅ ବତୀଘର ର,

ଭରସାର ଆହୁଲାରେ 

ପାଇଯାଏ ଭଙ୍ଗା ଦିଗବାରେଣୀ ତା ଭାଗ୍ୟ, 

 ଦଦରା ନାଆ,

 ପାଇ ଯାଏ ରାହା !!


ଯନ୍ତ୍ରଣାସିକ୍ତ କୋହକୁ

ଛାତିରେ କରି ଆୟତ୍ତ  ,

ନ ଝରିବାକୁ ନିର୍ଦ୍ଦେଶ ଦେଇ

ଲୁହ ପୋଛୁଥିବା ସେ ଦରଦୀ ହାତ,

ହିଁ ତ ବିଶ୍ୱାସ !!


ବିଶ୍ୱାସ, ହି ମଜବୁତ୍ ଆଉ ନିବିଡ

କରୁଥାଏ ଫୁଲମାଳ

ଆଉ ତୋଲାଏ ଧାତୁକୁ,

ବିନିମୟେ ଏକାକାର ହୁଅନ୍ତି ଆବେଗ,

ନିଃସ୍ଵ କରି ମୁକୁଳି ଦେବାକୁ ସର୍ବସ୍ୱ 

ସେ ନିଃସ୍ୱାର୍ଥପର ଭାବ !


ଅଯାଚିତ ଆଶିଷ କାହାର

ପାପୁଲିର ସ୍ପର୍ଶରେ ତା'

ସୁପ୍ତ ହୁଏ ଜୀବନ୍ତ,

ସଂଚାରି ଯାଏ ଆତ୍ମବିଶ୍ବାସ ର ଧ୍ୱନି,

ବିଶ୍ୱବିଜୟୀ ହୁଏ ସୂକ୍ଷ୍ମ ସ୍ବପ୍ନ,

ବେଫିକର୍ ଉଡ଼ିବାକୁ ପକ୍ଷୀକୁ ମିଳେ ସାହସ

 ଡେଣାରେ ହିଁ ଥାଏ ତା ବିଶ୍ୱାସ !!


ବିଶ୍ୱାସ ଅଛି ବୋଲି ତ,

ଦୁନିଆଟା ସ୍ବର୍ଗ ପରି ଲାଗେ

ମଣିଷ ଦେହେ ଦେବତା ଦିଶେ,

ଆଉ ମଣିଷ ଦେବତ୍ଵ ଲଭେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍