Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dharmaraj Majhi

Drama Classics Fantasy

3  

Dharmaraj Majhi

Drama Classics Fantasy

ଆସ ଦୀପଟିଏ ଜାଳିବା

ଆସ ଦୀପଟିଏ ଜାଳିବା

1 min
55



ଆସ,

ଜାଳିବା ଦୀପଟିଏ 

ଏଇ ଆଶାରେ,

ଦୃଶ୍ୟମାନ ହେଉ

 କରୋନାର ଅଦୃଶ୍ୟ କାୟା

ଜଳିଯାଉ ତାର  ସମଗ୍ର ଅସ୍ତିତ୍ଵ

ବଶୀଭୂତ ହେଉ ତାର କୂଟମାୟା ।


ଆସ,

ଜାଳିବା ଦୀପଟିଏ

ଏଇ ଭରଷାରେ,

ଲେଳିହାନ୍ ଶିଖା ଅଭିଷିକ୍ତ କରୁ ମଣିଷକୁ

ପିନ୍ଧେଇ ଦେଉ କବଜ ସୁରକ୍ଷାର ,

ଜ୍ୟୋତିରେ ତା ଭସ୍ମୀଭୂତ ହେଉ

 ଜୀବାଶ୍ମ ଅଜଣା ଭୁତାଣୁର ।


ଆସ,

ଦୀପଟିଏ ଜାଳିବା

ଏହି ଅଙ୍ଗୀକାରରେ,

ଶାପମୁକ୍ତ ହେଉ ଧରା

ଅନ୍ଧାରୀ ମୂଳକରେ ଆସୁ ଆଲୋକ ,

ନୂଆ ଆଶାର,

ନୂଆ ସମ୍ଭାବନାର 

ନୂଆ ଯୁଗର ।



Rate this content
Log in

Similar oriya poem from Drama