STORYMIRROR

Dharmaraj Majhi

Romance Fantasy

4  

Dharmaraj Majhi

Romance Fantasy

ନିଖୋଜ ନେତାଜୀ

ନିଖୋଜ ନେତାଜୀ

1 min
23K


କିଏ ରଖୁ ଖବର 

ଆବେଗ କି ଅନୁରାଗ ନାହିଁ

ଜିଜ୍ଞାସା ବି ନାହିଁ,

ଗୁମନାମ ନିଖୋଜ ହି କାମ୍ୟ

ଏକଲାପଣ ଆଉ ନିସଂଗତା

 ଚାରି କାନ୍ଥ ଭିତରେ ବୋଧେ ତପସ୍ୟା !!

ପଳାତକ କ'ଣଏମିତି ହୋଇ ହୁଏ

 ବିନା ଦୋଷରେ ବିନା ସଜାରେ ?


ବନ୍ଦୀ ଆଉ ନିର୍ବାସନ

ହେବା କି ବିଧିସିଦ୍ଧ ଶାସ୍ତି ପ୍ରେମରେ ?

କିଛି ନିୟମ

ଅନେକ ବାରଣ 

ଲକ୍ଷେ ରାଣ

ହିଁ ତ ବାଧ୍ୟ କରେ,

ଆଜୀବନ ସାଜିବାକୁ ମୂକ ।

ନିରବ ହୋଇ ଦେଖିବା

କଣ ଅଭିଶାପ  ?? 

ବେହିସାବ ସହିବା, 

କଣ ପାପ  ?? 

 ନିଶ୍ଚଳ ନୟନେ ଅସହାୟ ମନରେ

କୋହ ନେଇ ବଞ୍ଚିବାକଣ ପ୍ରତାରଣା ?


ଵେଗମାନ ଅନିୟନ୍ତ୍ରିତ 

ଅବାଧ ଘଟଣା, ଆଉ ଦୁର୍ଘଟଣାରେ ବ୍ୟସ୍ତ ଜୀବନ

 ବିଚଳିତ ଆତ୍ମା ଆଉ ପ୍ରାଣ,

ନିର୍ଜୀବ ପରି ପଡିରହିବାର ଭାଗ୍ୟ,

 କେତେ ଜଣଙ୍କୁ ଜୁଟେ ଯେ ?

ପୁଣି ନିଖୋଜ କଣ ରହି ହୁଏ,

 ନିଜ ସହରେ 

ନିଜ ଦେଶରେ

 ଛଦ୍ମ ବେଶରେ ?


ଦୂରେଇ ରୁହ ସ୍ମୃତିରାଶିକୁ ପାସୋରି

 ଅସ୍ପଷ୍ଟ ରଖ ନି ଆଉ ଚିଠି, ଚିତ୍ର ଆଉ ରହସ୍ୟ

 ସାଇତି ରଖନି,ଗୋପନ ନଥି ନାଲି କପଡ଼ାରେ

ଏତିକି ଅନୁରୋଧ

 ଜୀବନ୍ତ କିମ୍ବଦନ୍ତୀର ଦଲିଲ ନଷ୍ଟ କରି ନି

ହତ୍ୟା  କରନି ଷଢଯନ୍ତ୍ରର ଚକ୍ରବ୍ୟୁହ ରେ

ଅପମୃତ୍ୟୁ ର ଅାଖ୍ୟା  ଦେଇ !!


ଏତିକି ତ ପ୍ରାପ୍ୟ

ଏତକ ହିଁ ଦାବି ପ୍ରେମରେ,

ସ୍ୱାଧୀନତା ,

ରକ୍ତରେ ମିଳିଛି ନା ଗୋଲାପ ରେ

 ସୌର୍ଯ୍ୟ ରେ ସିଦ୍ଧି ମିଳିଛି ନା ଧୈର୍ଯ୍ୟ ରେ ?

ଦେଖିବି,

ଏତିକି,

ବି କଣ ,

ମୋ ଭାଗ୍ୟରେ ନାହିଁ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance