STORYMIRROR

Dharmaraj Majhi

Fantasy

4  

Dharmaraj Majhi

Fantasy

ପୁନର୍ଜନ୍ମ

ପୁନର୍ଜନ୍ମ

1 min
204


ମୁଁ ସେଇଠି ଅଛି !


ସେ ମୁହୂର୍ତ୍ତ ଅଟକିଛି ସେମିତି 

ପୃଥିବୀଟା ଅତିକ୍ରମ କରିବା ଭୁଲିଛି ସତ ,

ମୁଁ କିନ୍ତୁ ଭୁଲିନି ବଞ୍ଚିବା,

ସବୁଦିନ ପରି ମୋ ନିଃଶ୍ୱାସ ପ୍ରଶ୍ୱାସର ଆତଯାତ !!


ତୁମେ କହି ଥିଲା ବଞ୍ଚିବାକୁ ହେବ

ଆଉ ମୁଁ ବଞ୍ଛିଛି !!


ଜାଣେନା 

ତୁମେ ବଦଳିଚ 

ନା ମୁଁ ,

ଲାଭ କ୍ଷତିର ହିସାବ

ମୁଁ ରଖିନି,


ବସନ୍ତେ ମାେ ଅହଂକାର

ପଳାଶ ଆଉ ସେମୁଳି ଫୁଲର ଲେଲିହାନ୍ ପାଖୁଡ଼ାରେ

ଝରା ପତ୍ରରେ ମାେ ଅଭିମାନ

ଲେଖ କାହିଁ ଏବେ ଚିଠି 

କୁରେଇ ଫୁଲର ବାସ୍ନା ରେ ??

ଯାଯାବର ସ୍ୱପ୍ନର କି ଥାଏ ଠିକଣା !!


ତୁମେ ଏବେ ରକ୍ତ କଣିକା

 ମାେ ଦେହେ

ମୃତ ହେବା ପୂର୍ବରୁ,

 ପହଞ୍ଚି ଯାଅ ହୃଦପିଣ୍ଡ କୁ

ପାଅ ପୁନର୍ଜନ୍ମ !!


ତୁମ ନିରବତା ,

ତୁମ ଅନୁପସ୍ଥିତି ରେ

ଶବ ପ୍ରାୟ ଏ ମନ ,

କିନ୍ତୁ..,

ତୁମ ସ୍ୱର ,

ତୁମ ଉପସ୍ଥିତି 

ତୁମ ସ୍ମୃତି ରେ

ମୋର ବି ହୁଏ ପୁନର୍ଜନ୍ମ !!





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy