STORYMIRROR

Dharmaraj Majhi

Tragedy

4  

Dharmaraj Majhi

Tragedy

ମାଟିମୋହ

ମାଟିମୋହ

1 min
116


କାନ୍ଧରେ ବୋହି ସମଗ୍ର ପୃଥିବୀ,

ସାଜି ଦାଦନ 

ତିଆରିବାକୁ ବିଶ୍ବ ଦେଶାନ୍ତର

ମାଲିକର ଅଗ୍ରୀମ ରାଶିରେ

ସଜାଡ଼େ ସେ ଝାଟିମାଟିର ଘର !!


ବିଶ୍ୱାସ ଥିଲା, ଇଟା ଗଢ଼ାରେ

ବଦଳି ଯାଇପାରେ ଭାଗ୍ୟ !!


କ୍ରମଶଃ ବଦଳୁ ଥିଲା ବି ,


ମାଲିକର ଋଣ ସୁଝୁଥିଲା

ଦେହର ବଳ, ଝାଳ

ଦାଉ ଲାଗୁଥିଲା ଅତୀତ ଓ ଭବିଷ୍ୟ


ସୁଖ ଦୁଃଖର ସାଥୀର ସତ୍ୟରେ 

ହାତ ଧରି ଥିଲା ମୋ ନିରୀମାଖି

ମୋ ସହ ସେ ଏବେ ବନବାସରେ

ଧର୍ମ ରକ୍ଷା ପାଇଁ ସେ ବି ଛାଡିଛି ଭିଟାମାଟି,


ଖରାଛୁଟି ବୁଲା ,

ହେବ ବିଦେଶରେ

ବାହାନା ଦେଖାଇ ,

ପିଲାଙ୍କୁ ଭୁଲେଇ ଆଣିଛି

ତେଲେଙ୍ଗାନାର ଇଟାଭାଟିରେ!!


ବାଳୁତ ଛୁଆକୁ କାଖେଇ,

ରୁକ୍ଷ ଚକଟା ମାଟିକୁ କରିଚାଲିଛି ନରମ,

ଜୀବନ୍ତ ହୁଏ ଇଚ୍ଛା, ହାତ ସ୍ପର୍ଶରେ ବୋଲି

ଠିଆ ଏ ସୁଧର ବିରାଟ ଇଟା ଭାଟି,

ବିଶ୍ୱାସ, ପାଚିବ ଆମ ଭାଗ୍ୟ 

ଇଟାସବୁ ଲାଲ ଲାଲ ଦିଶିଲେ 


ରାହୁ ଗ୍ରାସିଛି ବୋଧେ

ଦୁର୍ଭାଗ୍ୟକୁ ପୁଣି ନିର୍ଦ୍ଦେଶ ମିଳିଛି 

ତାଲାବନ୍ଦର

ପାଦରେ ବେଡ଼ି ,

ଏବେ ଅଦୃଶ୍ୟ ଭୁତାଣୁ 

ଭୂତ ପିଶାଚ ପରି ସବାର ହୋଇଛି

ମୋ ସଂସାର ଛାତିରେ,

ଚାରି ହାତ କଞ୍ଚାଇଟାର କାନ୍ଥ 

ଏବେ କେଉ ଜେଲ ଠୁ କମ୍ ଯେ ??


ମାଲିକ ଆଉ ଦେଉନି ଅଗ୍ରୀମ

କହୁନି ବି ଫେରିଯା ବୋଲିି

ଏ ପାଖେ, ପ୍ରତିକ୍ଷିତ ଘରର ଡାକରା

ଫେରିଆସ

ଫେରିଆସ

ଛାଡ଼ି ସେ ପ୍ରବାସ ।


ଆକାଶଟାକୁ ମୁଣ୍ଡେଇ 

କାନ୍ଧେଇ ଭବିଷ୍ୟତର ପୁଞ୍ଜି

ଘର ମୁହାଁ ମୁଁ,

ପଛେ ପଛେ ମୋ ଛାଇମାନେ

ଦୁଇ ବର୍ଷର ସ୍ଵପ୍ନ ଏବେ କାଳମୁଖା

ଚାଲୁଛୁ ମାଇଲ ପରେ ମାଇଲ


କେବଳ ଦାଦନ ହିଁ ଶିଖାଏ

ବିନା ଇନ୍ଧନ ରେ

ଆଗକୁ ବଢ଼ିବାର କଳା ଆଉ ରହସ୍ୟ


ଯଦିଓ ଜଳି ତରଳି ଯାଏ ପାଦ 

ପିଚୁ ରାସ୍ତାର ପ୍ରକୋପରେ

ତଥାପି ହାର ମାନିଛି

ମାଆର ମମତା ଆଉ ମାଟିମୋହ ଆଗେ

ଭୋକ ଶୋଷ ଯନ୍ତ୍ରଣା ଆଉ କୋହ।


ଆମେ ଚାଲୁଛୁ ଆଗକୁ, ଆଗକୁ

କ୍ଳାନ୍ତ ଆଉ ଭାରାକ୍ରାନ୍ତ ଦେହନେଇ

ଚାଲିବା ସେପାଖେ ଜୀବନ ବୋଲି ହିଁ ତ'

ଚାଲୁଛୁ !!


ଆଖିରେ ସମୁଦ୍ର

ଛାତିରେ ଭୁ କମ୍ପନ

ଛୁଆଙ୍କ ଛୋଟେଇ ଛୋଟେଇ ଚାଲିବା

ବ୍ୟାକୁଳ କରୁନି ମୋତେ, 

ତାଙ୍କ ଚିତ୍କାରରେ

ତା ମାଆ ଯାହା ଭିଜେଇ ଚାଲିଛି ପଣତ 

ନୀରବରେ ,


ଆଉ କେତେ ବାଟ !!

ବାପା, ଗାଁ ଆଉ କେତେ ବାଟ ?

ମିଛ କହେ ବାପପଣ

ହେଇ ଦେଖ ଦିଶିଲାଣି ଆମ 

ଦେଉଳର ନେତ


ରାସ୍ତା ହିଁ କହୁଥିଲା

ଆହୁରି ବାକିଅଛି ଏ ଚଲାବାଟ

ବୁଝିଲି ଆଜି

ଗାଁ ଠୁଁ , ମୋ ଜୀବନ ଠୁଁ ଥିଲି ମୁଁ

ଅନେକ ଦୂରରେ


ଏ ଭୂତାଣୁ ହିଁ କହୁଛି

ସୁଖ ନାହିଁ ପ୍ରବାସେ,

"ନର୍କମ୍ ତେଜ୍ଯ, ସ୍ବଦେଶ ବରଣମ,

 ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପୀ ଗରୀୟସି "!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy