STORYMIRROR

Dharmaraj Majhi

Romance Classics Fantasy

3  

Dharmaraj Majhi

Romance Classics Fantasy

ଭିଜା ବର୍ଷାର ବୈଶାଖୀ

ଭିଜା ବର୍ଷାର ବୈଶାଖୀ

1 min
90

ତୁମେ,

ହଠାତ ଆସିଲା ପରେ,

 "ବୈଶାଖୀ "!!

ମୁଁ କବାଟ ଝରକା ବନ୍ଦ କରି

ନିଜକୁ ବନ୍ଦୀ କଲି,

ନିବୁଜ କୋଠରୀରେ

 ସତ କହୁଛି,

ମୋଟେ ଭଲ ଲାଗେ ନି ,

ମୋତେ ବର୍ଷା !!

ସେଦିନ ବର୍ଷାରେ ଖାଲି ଭିଜୁଥିଲା ମାଟି,

ଓଦା ହୋଇଥିଲା କେବଳ ପିଚୁ ରାସ୍ତା

ପଳାଶ ଶିମୁଳି ବି ଥରୁଥିଲେ 

ଝରକା ସେପାଖେ ଦେଖିଲି

ଚୁପ୍ ଚାପ୍ ବସି ଭିଜୁୁଥିଲା କାଉଟିଏ !!

ତୁମକୁ କଲି ଆକଟ ଭିଜ ନି ବୋଲି,

ଓଦା ହେଲେ ଦେହ ଖରାପ ହେବ ,

ବିଜୁଳି କାଳେ ମାରିବ !!

ତୁମେ କହିଲ,"ବେଶ୍ ଡରୁଆ ତୁମେ ,

 ଆସ ଭିଜି ଯାଅ"

 ମୋ ପ୍ରେମରେ 

ଥରେ

ବର୍ଷାରେ !!


ଭୁଲିଛ , 

ତୁମେ ଏବେ

 ଏ ଗଳି

ଏ ଘର 

ଏ ରାସ୍ତା,

 ଏ ସହର !!

ଭିଜା ବର୍ଷାର ବୈଶାଖୀ

ଏବେ, 

ଅପରାହ୍ନ ଚାରିଟା !!

ମୁଁ ଭିଜୁଛି ,

ପୂର୍ଣ୍ଣତାର ସ୍ୱରରେ

ମାଟିରୁ ଆସୁଛି

ତୁମ ଦେହର ବାସ୍ନା

 ତୁମେ ଛୁଇଁ ଦେଉଛ ଅଶରୀରି ହୋଇ,

ଥରୁଛି ସାରା ଦେହ

ଶିହରୀ ଉଠୁଛି ମନ ପ୍ରାଣ

କୋହ ତୁମ ଅବର୍ତମାନରେ

ବିରହ ଜ୍ୱାଳା ବିବଶ ,

ବିଜୁଳି ତ,

ଆଉ କଉ ଜୀଅନ୍ତା ଗଛରେ ପଡୁଛି,

ଓଦା ହୃଦୟ ରୁ କେବଳ

 କୁହୁଲୁଛି ଦୀର୍ଘଶ୍ଵାସ !!!


ଏବେ ବର୍ଷା ମୋର ଭାରି ପସନ୍ଦ,

ତୁମେ ତ ଆଉ ଆଜିକାଲି ଭିଜୁ ନାହ

ମୁଁ କିନ୍ତୁ ଓଦା ହୁଏ ବାରମ୍ବାର

ବର୍ଷା ହୁଏ ଯେବେ ଯେବେ !!


କାହିଁକି ଜାଣ ???


ମୁଁ ବୁଝିଛି

 ତୁମର ସେ ରହସ୍ୟ,

ଲୁହର ରଙ୍ଗ ନାହିଁ ବୋଲି !! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance