STORYMIRROR

Dharmaraj Majhi

Tragedy Classics Others

2  

Dharmaraj Majhi

Tragedy Classics Others

ଚିହ୍ନ

ଚିହ୍ନ

1 min
208


ଏବେ ସବୁ ଶୁନଶାନ୍ !!

ନିରବତା ହିଁ_କହୁଛି ଅନେକ କଥା !!

ଶବ୍ଦ ଏବେ ବନ୍ଦୀ_

ଅକ୍ଷରଙ୍କୁ ମିଳିଛି ହଜାରେ ରାଣ ,

ଲକ୍ଷେ ନିୟମ 

ହୃଦୟ ହିଁ ଶୁଣିଛି ଆଉ ବୁଝୁଛି 

,ଭଲ ପାଇବାର ଅର୍ଥ

 ଶବ୍ଦହୀନ 

 ଅର୍ଥହୀନ

ରଙ୍ଗହୀନ

 ପୁଣି ବାସହୀନ !!

ଲୁହ ବହିଗଲା ପରେ

ତାଜା କ୍ଷତଟା ଶୁଖିଲା ପରେ

ମାେ ଆଖି ଓଦା ହୁଏ,

କ୍ଷତଚିହ୍ନର ଦରଜରେ !!

ଝିଟିପିଟିର ପୁରା ସାମ୍ରାଜ୍ୟ କହିଲେ

ଚାରି କାନ୍ଥ,

କୁଆଡେ ଆଉ ଯିବ ସେ ??

ଅପେକ୍ଷାରେ ଥାଏ କେବଳତା ବଳକା ଆୟୁଷ

ମାୟାର ଇନ୍ଦ୍ରଜାଲରେ ବନ୍ଦୀ ହୋଇ ଛଟପଟ ହୁଏ

ଏବେ ନିଃଶ୍ୱାସ ଆଉ ବିଶ୍ୱାସ !!

ଚିହ୍ନ !!

ଏବେ ଚିହ୍ନିବାର କେନ୍ଦ୍ରବିନ୍ଦୁ,

କେବଳ ସମ୍ପର୍କର ବଳୟରେ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy