Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjita Das

Abstract Classics Others

5.0  

Ranjita Das

Abstract Classics Others

କାଶତଣ୍ଡୀ

କାଶତଣ୍ଡୀ

1 min
424


ଶରତରେ କାଶତଣ୍ଡୀ ଫୁଲର ଶୋଭା,

ରାସ୍ତାଘାଟ , ବିଲ ଚଉଦିଗ ଦୃଶ୍ୟ ମନଲୋଭା |

ଶରତର ଆଗମନେ ଜମେଇଦିଏ ତା' ଆସର ,

ସମସ୍ତଙ୍କ ମନ ମୋହେ ନାହିଁ ବର୍ଣ୍ଣନା ତା' ରୂପ ଆଉ ରଙ୍ଗର |


ଧବଳ ଫର ଫର ବଗର ସମ,

ହଲି ହଲି ଝୁଲି ଝୁଲି କରୁଥାଏ ପ୍ରକୃତିକୁ କୋଟି ପ୍ରଣାମ |

ନିଜ ରୂପର ଛାୟାରେ କିଣିନିଏ ଏ ମନ, 

ସୁଲୁସୁଲୁ ପବନରେ ନାଚି ଯାଏ ସେତ 

ଭେଦିଯାଏ ଏ ମନ ଆଉ ଯୌବନ |


କମ୍ପି ଉଠେ ଗାଁ ରୁ ସହର  ପୁଣି ପୂରୁବରୁ ପଶ୍ଚିମ ,

ଦୁର୍ଗତି ନାଶିନୀ ମା' ଦୁର୍ଗାଙ୍କ ସମୟ ପଦାର୍ପିତ |

କାଶତଣ୍ଡୀ ନାଚି ନାଚି ଝୁଲି ଝୁଲି 

ମା' କୁ କରୁଥାଏ ଅପୂର୍ବ ସ୍ୱାଗତ |


Rate this content
Log in

Similar oriya poem from Abstract