STORYMIRROR

Tapan kumar Sahu

Classics

4  

Tapan kumar Sahu

Classics

ରକ୍ତବି ଧର୍ମୀୟ

ରକ୍ତବି ଧର୍ମୀୟ

1 min
23.7K


ତୁମ ଜନ୍ମର ହଜାର ବର୍ଷପରେବି 

କଣ୍ଟାରେ ଭରପୁର ପଥ  


ସମାଜ ଚେତନା, ଜାତିବାଦ ପ୍ରଥାପରମ୍ପରା 

ଅନ୍ଧବିଶ୍ୱାସ ଓ ଅହଂକାର ll 


ଯଦିଓ ଭୂମିକୁ ବାଣ୍ଟିହୁଏ 

ଶ୍ମସାନ, କବରୀସ୍ଥାନ ପରି 

ଯୀଶୁ, ଆଲ୍ଲା, ରାମଙ୍କୁ ନେଇ 

ଦେଶ ମହାଦେଶ 

ବିକଶିତ, ବିକାଶଶୀଳ 

ରୂପର ଆଖ୍ୟାଦେଇ ll 


ବେଶଭୁଷା ପରିବର୍ତ୍ତିତ ହୁଏ 

ବାରମାସର ଋତୁଚକ୍ରରେ 

କ୍ୟାଲେଣ୍ଡର ପ୍ରତିପୃଷ୍ଠାରୁ 

ରାମ, ଆଲ୍ଲା, ଯୀଶୁଙ୍କୁ 

ତାରିଖ ପରେ ତାରିଖ 

ଶୁଣାଣିର ଅନିଚ୍ଛା ସତ୍ୱେ 

ରକ୍ତ ଯେମିତି ଲୋଡ଼ାହୁଏ 

ଧର୍ମକୁ ନେଇ

ବର୍ଣ୍ଣକୁ ନେଇ 

ମଶାବି କାମୁଡେ ପଚାରି ପଚାରି ।।


ଅହଂ ଆକାଶର ଇନ୍ଦ୍ରନୁ ଭିତରେ 

ସାତରଙ୍ଗି ଏବେ ମଣିଷ 

ହଜମ କରିବାକୁ ନାରାଜ 

ବୃକ୍ଷମାନେବି ଧର୍ମୀୟ 

ପକ୍ଷପାତରେ ବିତରନ୍ତି ଅମ୍ଳଜାନ 

ଜଳବା ବାଦ ପଡିବେ କେମିତି 

ଚିହ୍ନି ଚିହ୍ନି ବର୍ଷିବାରେ ସେମନେବି ମସଗୁଲ୍

ଚର୍ଚ୍ଚ ଆଉ ମସଜିଦ ଭିତରର

ସେହି ଧାରଟିତ 

ମନ୍ଦିର ଭିତର ସ୍ରୋତରେ ହଜିଛି 

ନାଳରୁ ନଦୀ ପୁଣି ସମୁଦ୍ର ଭିତରେ 

ଓଃ ସତରେ ! ଏବେ 

ବୋତଲ ଭିତରେ ଜୀବନ 

ପାଣିଫୋଟକା 

ପଇସା ଦେଇ ଧର୍ମୀୟ ପାଣି ପିଇବା 

କାଲେ ମନ୍ଦିର, ମସଜିଦ, ଚର୍ଚ୍ଚ ଛୁଇଁ ଆସିଥିବ ll 


ରକ୍ତରେ ଥାଏ ଧର୍ମ 

ସେଇଥିପାଇଁତ କହନ୍ତି ଅନେକ 

ରକ୍ତଦାନ ମହାପୂଣ୍ୟ 

ଏ ରକ୍ତ ଟିକକ ପାଇଁ 

କେତେ ଧାଁ ଧପଡ଼ 

ଏବେକାର ଘଟଣା 

ଦୁର୍ଘଟଣାରେ ବହିଯାଇଥିବା ରକ୍ତସବୁ 

ଭରଣ କରାହେବ 

ଧର୍ମକୁ ନେଇ 

ଜାତି କୁ ନେଇ 

ବର୍ଣ୍ଣ କୁ ନେଇ 

ଲୋଡ଼ା କାହିଁକି ରକ୍ତ 

ଅଛୁଆଁର ରକ୍ତ ବି ଧଳା 

ତାକୁ ମରିବାକୁ ଦିଅ 

ରକ୍ତ ଲୋଡ଼ା ନାହିଁ 

ରକ୍ତର ବି ଧର୍ମଅଛି 

ବିଧର୍ମୀ ହେବାର କଳଙ୍କ ପିନ୍ଧିବାର ନାହିଁ ll 


ତେବେ କୁହତ ଦେଖିଛ ଧର୍ମକୁ 

କେଉଁଠି ଭେଟିଛ 

ମସଜିଦରେ, ଗୀର୍ଜାଘରେ ନା ମନ୍ଦିରେ 

କହିବ ଉତ୍ତର ଅଛି !

ଏବେବି ସେହି ସ୍ଲୋଗାନ 

ସମ୍ପ୍ରଦାୟ ଅନ୍ଧବିଶ୍ୱାସ ରେ

ବଳିପଡ଼େ ବାରମ୍ବାର ମାନବିକତା 

ଖଣ୍ଡିତ ହେଇ ପଡିଛି 

ସହସ୍ର ଭାଗରେ ଜାତୀୟତା 

ବିଶ୍ୱାସ ଆଉ ଭରଷାକୁ ନେଇ 

ମାପଚୁପ ହୁଏ ଧର୍ମ 

ମନ୍ଦିର, ଚର୍ଚ୍ଚ, ମସଜିଦ ଭିତରେ 

ନିୟମ କାନୁନ 

ବନ୍ଧାପଡେ ନିର୍ଦ୍ଧିଷ୍ଟ ବେଢ଼ି ଭିତରେ ll 


ସତରେ କହିଲ

ବାନ୍ଧି ପାରିବ ନିୟମର ରାଣ ଦେଇ 

ଭୋକ, ଶୋଷ, ଆଉ ରକ୍ତକୁ  

ଏ ବିଭାଜିତ ପରିଚୟର 

କୁତ୍ସିତ କଳ୍ପନାର ସୌଧ ଯେତେ 

ଜାତି ଧର୍ମ, ବର୍ଣ୍ଣ କ୍ଷେତ୍ରକୁ ଏକାକାର କରି 

ଗୋଟେ ସେହି ଲାଲ ରକ୍ତଭିତରେ 

ଦେଖିବ ନିଶ୍ଚିତ ପାହାନ୍ତି ଆକାଶ ବି 

ରକ୍ତିମ ଆଭାରେ ଝଲସି ଉଠିବ ll


  


विषय का मूल्यांकन करें
लॉग इन

Similar oriya poem from Classics