STORYMIRROR

Tapan kumar Sahu

Thriller

4  

Tapan kumar Sahu

Thriller

ଜୀବନ

ଜୀବନ

1 min
253


ମୁଇଁ ଦେଖିଛେ ସକାଳ ସକାଳ  

ତର ହସି ଖୁସିର ମୁହୁଁକେ 

ଖିଲ ଖିଲିଆ ହସ 

ଝିକମିକିଆ ଟିକ ଟିକିଆ

ଓସ ର ଘାସ ଫୁଲ୍ ଥି l 


ମୁଇଁ ଫେର ଦେଖିଛେ ତର 

ଥୁତନାଁ ମୁରା ମୁହୁଁକେ 

ମଡ଼ା ଫୁଲର ଗୁଭାନେ 

ଏ ଜୀବନ 

ମୁଇଁ ତକେ ଦେଖିଛେ 

କଂସର ବନ୍ଦୀଶାଳେ 

ଦେଖିଛେ ତକେ 

ପୋରବନ୍ଦର ଠାନୁଁ ପ୍ରାଥନା ସଭାତକ 

ଧନୁ ଠାନୁଁ ବନ୍ଧୁକ ତକ ସକ

ଅନୀତି ନୁ ସରଗ ଦୁଆର ତକ 

ରେ ଜୀବନ 

ମୋର ମା ଦେଖିଥିଲା 

ତର ହସ ହସିଆ ମୁଁହୁଁକେ 

ନାଚ ଗୀତ ଥି 

ମୋର ଜନମ ସାଲ ନେଇ l


ମୁଇଁ ବି ଦେଖିଛେ 

ଚୁପଚାପ ସୁନସାନ ଥି 

ତର ସୁଖଲା ମୁଁହୁଁକେ 

ଦକ ଦକ ଜଳୁଥିବାର

ନଦୀ ଖଣି 

ଆମର ଗାଁ ବେଶ୍ ମୁଡ଼ଶା 

ବାଏରି ନାନୀର ଘରେ l




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller