STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ସେନେହ ଡୋରି

ସେନେହ ଡୋରି

1 min
374


କାହିଁ ସ୍ନେହ କାହିଁ ମମତା ମଣିଷ ହୋଇଅଛି ସ୍ଵାର୍ଥପର 

ଗହ୍ମା ପୂର୍ଣ୍ଣମାର ପବିତ୍ର ଲଗନ ଅପବିତ୍ର ମଣିଷର

ମନରେ ବିରାଗ ହୃଦୟରେ ଭରା ହଳାହଳ ବିଷ ଆଜି

ଏମିତି ସଂସାରେ ଲାଗିଅଛ ଆଜି ଯାଇଅଛି ସବୁ ଭାଙ୍ଗି ।।


ସ୍ନେହ ମମତାର କରୁଣା ସାଗର ଅବା ଯାଇଅଛି ସୁଖି

ମଣିଷ ମନରେ ବିଷର ବଳୟ ଭିତରେ କାନ୍ଦୁଛି ରାକ୍ଷୀ

ଭାଇ ଭଉଣୀର ସଂପର୍କରେ ଆଜି ଅପ ଦେବତାର ଦୃଷ୍ଟି

କେମିତି ଏମିତି କଳିଯୁଗ ଆଜି କରିଛି ବିଧାତା ସୃଷ୍ଟି ।।


ଭାଇ ଭଉଣୀ ର ସଂପର୍କରେ ନାହିଁ ପବିତ୍ର ବନ୍ଧନ ଭାବ

ସ୍ଵାର୍ଥରେ ଜଡିତ ସଂସାର ହେଲାଣି ଆଜି ପରା କଳୁଷିତ

ତଥାପି ଏ ପର୍ବ ସୁଚାଇ ଦେଉଛି ପ୍ରକୃତ ସ୍ବତ୍ସ ପ୍ରେମର 

ସ୍ଵର୍ଗୀୟ ୟେ ଅନୁଭବ ଅଛି ଯାହା ପୂର୍ବୁ ଭାଇ ଭଉଣୀର ।।


ଭାଇ ଆଜି ନିଜ ସ୍ଵାର୍ଥରେ ଜଡିତ ଭଉଣୀ ନିଜ ସ୍ଵାର୍ଥରେ

ସର୍ବେ ନିଜ ନିଜ କଥା ଭାବୁଥାନ୍ତି ଘଟେ ଯାହା ପ୍ରକୃତରେ

ଭାଇ ହୁଏ ଶତ୍ରୁ ଭଉଣୀ କିପରି ତହୁଁ ବା ଯିବ ବାହାରି

କଳିଯୁଗେ ଏହି ଅମୀୟ ସମ୍ଵନ୍ଧ ଯାଇଅଛି ଅପସରି ।।


ରାଖୀ ସାକ୍ଷୀ ରହେ ଭାଇର ହାତରେ ରଖିବାକୁ ତାର ମାନ

ସ୍ଵାର୍ଥ ବିଜଡିତ ସମାଜେ ମଣିଷ କରେ ଖାଲି ପ୍ରହସନ

ଜୀବନ ଜଞ୍ଜାଳେ ମଣିଷ ପଣିଆ ଅବା ଗଲା ଅପସରି

ପରବ ପାଳନ ପାଇଁ ମନେ ପଡେ ବାନ୍ଧିବ ସେନେହ ଡୋରି ।।


ମୁହେଁ ହସ ପେଟେ ହଳାହଳ ବିଷ ବହୁରୂପୀ ସମାଜରେ

କିଏ ଭାଇ କିଏ ଭଉଣୀ କାହାକୁ ଚିହ୍ନିବ କେଉଁ ପ୍ରକାରେ

ଅବିଶ୍ବାସ ଭରା ବିଶ୍ଵାସ ସମାଜେ ପ୍ରେମ ସ୍ନେହ ଭକ୍ତି ଭାବ

ଲୁଚିଗଲା ସମ ଲାଗୁଛି ଏମିତି ହୀନ କୁତ୍ସିତ ସ୍ଵଭାବ ।।


ତଥାପି ଧର୍ମର ବିଲୟ ହୋଇନି ସାବଧାନ ହେବା ପାଇଁ

ସୁଚାଇ ଦେଉଛି ପରବ ମହତ୍ଵ ଭାଇ ହାତେ ବାନ୍ଧି ଦେଇ

ରାଖୀ ସାକ୍ଷୀ ଅଛି ଥିବ ସବୁ ଦିନ ପରମ୍ପରା ଏ ଆମର

ରେଶମୀ ଡୋରିରେ ନଥାଏ କେବେବି ସ୍ନେହ ଭାଇ ଭଉଣୀର ।‌।


ଭାଇ ହୃଦୟର ସ୍ନେହ ଭଉଣୀର ହୃଦୟ ଜିଣିବା ପାଇଁ

ଭଉଣୀ ହୃଦୟୁ ଲହୁ ଝରେ ଯେବେ ଭାଇ ଦୁଃଖେ ପଡିଥାଇ

ସେ ସେନେହ ଡୋରି ସିନା ଚିରନ୍ତନ ଯୁଗ ଯୁଗ କଥା ରହେ

ଯେତେ ଦୂରେ ଥିଲେ ପାସେ ଥିଲାପରି ଅନୁଭବ ହେଉଥାଏ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller