STORYMIRROR

Bijaya kumar panda

Classics Thriller Others

4  

Bijaya kumar panda

Classics Thriller Others

ପଞ୍ଚରେ ପେଞ୍ଚ

ପଞ୍ଚରେ ପେଞ୍ଚ

1 min
333

ଗଣେ ନାରାୟଣ ଭାସ୍କର ଶିବ ଦୁର୍ଗା ଯେ ପଞ୍ଚ ଦେବତା

ପଞ୍ଚନଦୀ ପୁଣି ଶତଦ୍ରୁ ବିପାଶା ଇରାବତୀ ଚନ୍ଦ୍ରଭାଗା ବିତସ୍ତା।

ଜମ୍ମୁ ଶାଳ୍ମଳୀ ବକୁଳ ବଦରି ଆମ୍ବଳକୀ ପଞ୍ଚକଷାୟ

ଗୋମୂତ୍ର ଗୋବର କ୍ଷୀର ଘୃତ ମଧୁ ଅଟଇ ପଞ୍ଚକବ୍ୟ।

ବଟ ଅଶ୍ଵସ୍ତ ଆମ୍ବ ଅଁଳା ଜାମୁ ପଞ୍ଚ ପଲ୍ଲବ ରେ ଥାଇ

ଗନ୍ଧ ପୁଷ୍ପ ଧୂପ ଦୀପ ନୈବେଦ୍ୟ ପଞ୍ଚ ଉପଚାର ଅଟଇ।

ଘୃତ କ୍ଷୀର ଦହି ମଧୁ ଶର୍କରା ରେ ପଞ୍ଚାମ୍ବୃତ ତିଆରି

ଧାନ ମୁଗ ବିରି ଯବ ତିଳ ପୁଣି ପଞ୍ଚ ଶସ୍ୟ ରେ ଅଛଇ।

ହୀରା ସୁନା ରୂପା ମଣି ଓ ମୁକୁତା ପଞ୍ଚରତ୍ନ ଯେ ଅଟଇ

ସାମୁଦ୍ର ସୌବଚଳ ସୈନ୍ଧବ ବିଟ କଚ ପଞ୍ଚ ଲବଣରେ ଥାଇ।

ଚକ୍ଷୁ କର୍ଣ୍ଣ ନାସା ଜିହ୍ୱା ଓ ତ୍ୱକ ପଞ୍ଚ ଇନ୍ଦ୍ରିୟ ରହିଛି

ମାଛ ମାଂସ ମଦ୍ୟ ମୁଦ୍ରା ଓ ମୈଥୁନ ପଞ୍ଚମ କାରରେ ଅଛି।

ଗୃହସ୍ଥ ଧର୍ମ ବେଦ ଅଧ୍ୟୟନ ପିତୃ ତର୍ପଣ ଭୂତବଳି ସହ ଅତିଥି ପୂଜା

ଏହି ପଞ୍ଚ ମହାଯଜ୍ଞ କରି ପାରିଲେ ଉଡ଼ିବ ମହୀରେ ସଭିଙ୍କ ଧୂଜା।

ବ୍ରହ୍ମ ଋଷି ଭୂତ ଦୈବ ପିତୃ ଯଜ୍ଞ ଏହି ପଞ୍ଚ ଯଜ୍ଞ ସତ୍ୟ ଅଟଇ

ପ୍ରାଣ ଅପାନ ସମାନ ଉଦାନ ବ୍ୟାନ ପଞ୍ଚ ବାୟୁ ପଞ୍ଚ ପ୍ରାଣ ହୁଅଇ।

ଉପନୟନକାରୀ ଶଶୁର ଅନ୍ନଦାତା ଭୟତ୍ରାତା ଓ ଜନକ

ଏହି ପଞ୍ଚ ପିତାଙ୍କ ପାଇଁ ସଦା ଆମେ ହୋଇବା ସେବକ।

କନ୍ଦର୍ପ ନବମାଳିକା ଅରବିନ୍ଦ ଚୂତ ଅଶୋକ

ଏ ପଞ୍ଚ ବାଣରେ ଆମେ ନହେବା କୁହୁକ।

ବେଲ ଅଶ୍ଵସ୍ତ ବଟ ଅଶୋକ ଆମ୍ବଳୀକ ପଞ୍ଚକୁ ନେଇ

ପଞ୍ଚବଟୀ ଅଟେ ଦଣ୍ଡକାରଣ୍ୟ ଏବେ ନାସିକ ଅଟଇ।

ବୃଦ୍ଧା ତର୍ଜନୀ ମଧ୍ୟମା ଅନାମିକା କନିଷ୍ଠା ଆଙ୍ଗୁଳି ଥାଇ

ପାଞ୍ଚ ଆଙ୍ଗୁଠିରେ ଜୀବନ ନାଟିକା ଆମର ରହିଛି ଭାଇ।

ପଞ୍ଚରେ ପେଞ୍ଚ କଥା ମାନି ଯଦି ହେଜ କରିପାରିବା

ଶୁଭ ଫଳ ଆଣି ଦେବ ଏହି ପଞ୍ଚ ପୁରାଣ ବର୍ଣ୍ଣନା।।



Rate this content
Log in

Similar oriya poem from Classics