STORYMIRROR

Debadatta Jena

Classics Inspirational Thriller

4  

Debadatta Jena

Classics Inspirational Thriller

ଜୟ ହିନ୍ଦ୍.

ଜୟ ହିନ୍ଦ୍.

1 min
318

ଏ ମାଟି ଵି ତୋର,ମୁଲକ ମୋର..

ମାଟିର ମମତା ମହକ ତୋ'ର..

ଏ ଆକାଶ ତୋର,ତାରା ଵି ତୋର..

ଏ ଦେଶ ମାତୃକା ପରାଣ ମୋର..!

ସରଗ ଠୁଁ ସୁନ୍ଦର,ଏ ଦେଶ ଭାରତ.. 

ଜାତୀୟ ପତାକା ମହାନ ମୋର..

ଏ ପାଣି ଵି ତୋର,ପବନ ତୋର..

ପାଣି ପବନରେ ଜୀବନ ମୋର..!

ଜୀବନ ଏଇଠି, ଜୀବିକା ଏଇଠି,

ମମତାର ମୂଲ ଯତନ ଯେଉଁଠି..

ସଯତ୍ନରେ ରତ୍ନ ମିଳଇ ସେଇଠି,

ଅଯତ୍ନରେ ଅବା ମିଳଇ କେଉଁଠି..!

ଏଇ ସୁନାର ଭାରତ ବର୍ଷ,

ଶାଶାଗରା ଏଇ ପୁଣ୍ୟ ଭୂଇଁ ମୋ,

ସ୍ୱାଧୀନ ଭାରତ ଶ୍ରେଷ୍ଠ..!

ଅଖଣ୍ଡ ଭାରତ,ଏ ଶ୍ରେଷ୍ଠ ଭାରତ,

ଏ ଜଗତ ବନ୍ଦନୀୟା,

ଅତୁଲ୍ୟ ଭାରତ, ଅମୂଲ୍ୟ ଭାରତ,

ତୁଳନା ଅତୁଳନୀୟା..!

ସ୍ନେହ ପ୍ରେମ ଡୋରି,ଅଳକା ପୂରୀ,

ମହାନ ଯେ ମହିୟସୀ,

ଜାତି ପ୍ରେମ ବହ୍ନି, ସଦାଚାର ଯହିଁ,

ସ୍ଵୟଂଭୂ ସେ ଗରୀୟସୀ..!

ବୀର ପ୍ରସବିନୀ ଜନନୀ ଜନ୍ମଭୂମି,

ସ୍ବର୍ଗାଦପି ମାଆ ଧରିତ୍ରୀ,

ପଚସ୍ତରି ବର୍ଷର ଏ 'ଯଶ କୀର୍ତ୍ତି ତ,

ସ୍ୱାଧୀନତାର ପୁଣ୍ୟ ତିଥି..!

ଏ ସୀମା ଵି ତୋର,ଅସୀମ ତୋର,

ଆକୁମାରୀ ହିମାଚଳ,

କାଶ୍ମୀର ଠାରୁ ଏ କନ୍ୟା କୁମାରୀ,

ସିମାଞ୍ଚଳ,ବିନ୍ଧ୍ୟାଚଳ..!

ଯା'ର ମହିମା ଯାଜୁଲ୍ୟମାନ..

ଭରତ ଭୂଖଣ୍ଡ, ଯଶ କୀର୍ତ୍ତି ରାଜି,

ଅଲଂଘ୍ୟ ଅକଳ୍ପନୀୟ..!

ଏ ମାନ ତୋର,ସମ୍ମାନ ଵି ତୋର,

ଏ ଗୌରବ ଗାଥା ତୋର,

ଏ ସାନ ଵି ତୋର,ନାମ ଵି ତୋର,

ଅଭିମାନ ଯେତେ ମୋର..!

ଏ ଦେହ ତୋର,ଏ ରକତ ମୋର,

ଲୁହ ଲହୁ ବହୁଅଛି ତୋର,

ଏ ରଂଗ ତୋର,ଏ ରୂପ ଵି ତୋର, 

ଏ ତ୍ରିରଙ୍ଗା ତ ଅଟେ ମୋର..!

ଏ ମାନ ମୋର, ଅଭିମାନ ମୋର,

ଅରମାନ ବଚନ ତ ମୋର,

ଏ ଗାରିମା ତୋର,ଗୌରବ ତୋର,

ଗର୍ବ ଗୌରବ ଯେତେ ମୋର..!

ଏ ଗଂଗା ତୋର, ଯମୁନା ତୋର,

କୃଷ୍ଣା କାବେରୀ ଵି ଅଟେ ତୋର,

ଏ ଗିରି ଵି ତୋର,ଗୁଞ୍ଜନ ତୋର,

ଗାଙ୍ଗି ଗୋଦାବରୀ ଅଟୁ ମୋର..!

କୁଶଳ ଭାରତ,କୌଶଲ୍ୟ ଭାରତ,

ଗିରି ଗୋବର୍ଦ୍ଧନ ପରା ମୋର,

ଶାଶ୍ୱତ ଭାରତ, ଜାଗ୍ରତ ଭାରତ,

ସଶକ୍ତ ଭାରତ ବର୍ଷ..!

ଏଇ ମୋ ମାତୃଭୂମି,

ସଦା କଳକଳ, ସଦା ଛଳଛଳ,

ଯହିଁ ପ୍ରେମର ମନ୍ଦାକିନୀ..!!

ମୁଁ ହିନ୍ଦୁ ମୁଁ ହିନ୍ଦୁସ୍ତାନୀ,

ଜୟ ଜୟକାର,ଏ ସାରା ଭାରତ,

କରେ ଜୟ ହିନ୍ଦ୍, ଜୟ ହିନ୍ଦ୍..!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics