STORYMIRROR

Sunanda Mohanty

Action Fantasy Thriller

4  

Sunanda Mohanty

Action Fantasy Thriller

ଅମାନିଆ ବର୍ଷା

ଅମାନିଆ ବର୍ଷା

1 min
431

ଅମାନିଆ ବର୍ଷା 

କରେ ଲୋକହସା 

ମାଟିମାଆ ର ତୃଷା 

ହେଲେ ଦେଖାଏ ଝଲସା 

ଅମାନିଆ ବର୍ଷା 

ଓଦା କରେ ଖୋସା 

ଚାଷୀର ଭରସା 

ସିନା ମନ ଚଉତିଶା 

ଅମାନିଆ ବର୍ଷା 

କାହା ପାଇଁ ରାଗ ରୁଷା 

ବଧୂ ମାରେ ଖାଲି ଆଡ଼ରୁଷା 

ଖଦ୍ୟୋତର ବିପଣି ବେଉସା 

ଅମାନିଆ ବର୍ଷା 

ସାଧବବୋହୁର ତୁ ଇର୍ଷା 

ପଢେ ସେ ତୋ ଭାଷା 

ମାଟି ମାଆ ବାସ୍ନାର ପରଶା 

ଅମାନିଆ ବର୍ଷା 

ପ୍ରଜାପତି ନିଶା 

ନାହିଁ ଆଉ ତୃଷା 

ଭଅଁରର ଅଦିନିଆ କପଟପାଶା 

ଅମାନିଆ ବର୍ଷା 

ଶିଶୁଓଠେ ନାଲି ରାଗମିଶା 

ବୃଦ୍ଧବୃଦ୍ଧା ଦରହସା 

କାଗଜ ଡ଼ଙ୍ଗାଟାର ନିଯୋଗ ଛତିଶା 

ଅମାନିଆ ବର୍ଷା 

ମୟୂରୀ ର ଆଶା 

ବିରହୀ ପିପାସା 

 ଲୁଚୁକାଳି ଖେଳେ ଅନ୍ଧାର ପକ୍ଷୀବସା 

ଅମାନିଆ ବର୍ଷା 

ନଈର ଫୁଲୁରୀ ଫାର୍ସା 

ସମୁଦ୍ର ଜୁଆର ବର୍ଷା 

ପଦ୍ମ ମକରନ୍ଦ ପାଇଁ ଏତେ ଅଭିପ୍ସା 

ଅମାନିଆ ବର୍ଷା 

ବେଙ୍ଗୁଲି କେଏଁକଟର ଭାଷା 

ଗୁମସୁମ ନିଶା ନିଶା 

ଆଶା ନିରାଶା ତୃଷା ଦୃଶ୍ୟା ବର୍ଷା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action