STORYMIRROR

Sunanda Mohanty

Romance Inspirational Thriller

4  

Sunanda Mohanty

Romance Inspirational Thriller

ଶେଷ ଠିକଣା

ଶେଷ ଠିକଣା

1 min
379


ପାହାଡର ସେପାଖେ 

ନଈ ଧାରେ ଟିକେ ବାଙ୍କେ 

ନୁଆଁଣିଆ ଚାଳଘର ଭିତରେ 

ମୋ ଶାଶୁଘର ଗାଁ 

ଇତିହାସେ ନଥାଉ ପଛେ ତା ନାଆଁ 

ମୋ ହୃଦୟେ ଲେଖା ତାର ନାଆଁ 

ପଚାରନା କିଆଁ. କିଆଁ ?


ଭୁଲିଥିଲି ଯୋଉଠି 

ମୋ ଷଷ୍ଠୀ ଘର କୋଉଠି 

ବାପା ମାଆ ଭାଇ ଭଗ୍ନୀ 

ବଦଳେ ପାଇଲି ଯାହା ଏଠି 

ଆଦବ କାଇଦା 

ଅଜବ କଟକଣା 

ଧୀରେ ଧୀରେ ଦେହସୁହା 

ତମେ ଥିଲ ଯେଣୁ ପାଖେଟି 

ତମଗାଁ ତମ ନାଁ ପରିଚୟ ମୋ ଗୋଟି l


ଏତେ ଦିନ ପରେ ଆଜି 

ସ୍ମୃତି ଫେରେ ପହଡ଼ ଭାଜି 

ଚାଲ ଯିବା ହାତ ଧରି ସାଥି ସାଜି 

ମୋ ଗାଁ ଉନ୍ନତି ହେଜି 

ପୁରାଣ ଭଗବତେ ଭିଜି 

ଉଦାସୀ ଆଖିରେ ମଜ୍ଜି 

ପୁଣି ପାଇବା ଖୋଜି 

ଶାନ୍ତି ଟିକେ ପ୍ରଶାନ୍ତି ରେ ହଜି 

ରଖିବ ତମେ ବାପାମାଆ ନାଁ 

ମୁଁ ପାଇଯିବି ମୋ ଦୁନିଆଁ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance