STORYMIRROR

Sunanda Mohanty

Inspirational Thriller Children

4  

Sunanda Mohanty

Inspirational Thriller Children

ରାକ୍ଷୀ ଓ ସାକ୍ଷୀ

ରାକ୍ଷୀ ଓ ସାକ୍ଷୀ

1 min
238


ବିଶ୍ୱାସ ଫୁଲ ସଦଭାବନା ସୂତା

ଜୀବନ ସଂଗୀତର ମଧୁର ବାର୍ତ୍ତା

ବାଟ ଚାଲୁ ଚାଲୁ ଭିଜେ ଆଖି ପତ୍ତା

ମନେପଡେ ଭାଇ ଭଉଣୀଙ୍କ ପବିତ୍ରତା

ରାମାୟଣ ମହାଭାରତ ବେଦ ଗୀତା

ସମ୍ପର୍କ ଡୋରର ଏ ସୂତା ସଂହିତା

ଆଜି କାଲି ଆସନ୍ତାକାଲିର ଅନୁଚିନ୍ତା

ଅକ୍ଷର ଭିତରୁ ଭ ଏକ ଏମିତି ଶବ୍ଦ

ଭାଇ ଓ ଭଉଣୀ ଜୀବ ଓ ଜୀବାତ୍ମା

ଦୂରେ ଅବା ପାଶେ ଥାଏ ଅହରହ

ବହି ଲେଖିଲେ ସିନା ଭାଗ୍ୟବିଧାତା

ରାକ୍ଷୀ ଆଣି ଆସିଛି ଭଉଣୀ

ରାକ୍ଷୀ ନୁହେଁ ସେତ ପୁଣ୍ୟ ଫୁଲେ ଗୁନ୍ଥା

ମୋ ଭାଇ ଥାଉ ସର୍ବକୁଶଳେ ସଦିଚ୍ଛା

ବଡ଼ ଆଶୀର୍ବାଦ ସାନ ଦିଏ ଶୁଭେଚ୍ଛା

ରାକ୍ଷୀ ଅଠା ତାରା ଫୁଲ ଗୁନ୍ଥି ଗୋଛା ଗୋଛା

ନେଇଆସିଛି ବନ୍ଧନ କାଇଁଚ ଫୁଲ

ଚନ୍ଦନ କସ୍ତୁରୀ ସ୍ନେହ ପ୍ରୀତି ବଳିତା

ଭାଇ ପାଇଁ ଭଉଣୀ କନକ ସୂତା

ଭଉଣୀ ପାଇଁ ଭାଇ ସମର୍ଥନ ଏକକିତା

କହି ମୋ ଭାଇ ହେଉ ଜଗତଜିତା

ଭଉଣୀ ତୁ ହେଇଥା ଅପରାଜିତା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational