STORYMIRROR

Tapan kumar Sahu

Romance

3  

Tapan kumar Sahu

Romance

ଅବ୍ୟକ୍ତ ପ୍ରେମ

ଅବ୍ୟକ୍ତ ପ୍ରେମ

1 min
237


ନୀରବ ନିଶ୍ଚଳ ପ୍ରିୟତମା ମୋର

ନିଦାଘର ରୂପ ରାଣୀ

ବସନ୍ତ ତେଜିକି ବିଷାଦ ଯୋଗରେ

ପରଶୁଛି ରୌଦ ବାଣୀ ll


ବାରଙ୍ଗ ଜାଳୁଛି ନିଦାଘର ଦୁଃଖ

ରସେ ରହି କାମଲାଙ୍ଗୀ

ଅମା ଅନ୍ଧାରକୁ ଉଜ୍ବଳ ତାରକା

ଯାଉଛି ମାନଙ୍କୁ ଭାଙ୍ଗି ll


ରତି ସଜ ପ୍ରାୟେ ସରସିତା ଵାଳା

ବଦନ ପୂର୍ଣ୍ଣିମା ଚାନ୍ଦ

ରତ୍ନାକର ହାର ମୁକୁତା ସମ୍ଭାର

ଗାଉଛି ସୁରଭି ଛାନ୍ଧ ll


ବିଧୁ-ବିଧୁରୂପ ମନମଥ ଦେହ

ପୁଲକିତ ତନୁମନେ

କୁମୁଦିନୀ ଆଶ କରୁଛି ପ୍ରକାଶ

ଅବ୍ୟକ୍ତ ପ୍ରେମ ମଗନେ ll


ନତ ମଥାମଣି ନିରତେ ଧରିଛି

ମୁକୁର ବାସ ନିର୍ଝର

କୁଞ୍ଜର ଗମନା ଶ୍ଵେତ ତନୁ ଧାରି

ଭ୍ରମେ ଭ୍ରମୁଛି ଭ୍ରମର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance