STORYMIRROR

Tapan kumar Sahu

Abstract

2  

Tapan kumar Sahu

Abstract

ଅପେକ୍ଷା

ଅପେକ୍ଷା

1 min
134

ଟିକେ ରୁହ ଆସୁଛି କହି

କେହିଜଣେ ଯାଇଛି ଯେ ଯାଇଛି

ୟା ଭିତରେ ମୁଁ ମରିସାରିଛି

ନିଜ ଭିତରେ ନିଜେ ll


ବର୍ତ୍ତମାନରୁ ଭବିଷ୍ୟ ରାସ୍ତାରେ

ସମୟ ନିଜ କକ୍ଷପଥରୁ କିଞ୍ଚିତ ବିଚ୍ୟୁତ ହେବା

ପ୍ରଶ୍ନ ନୁହେଁ ତ ଆଉକଣ ଯେ 

କାହାର କଣ ଯିବ

ନା ସମୟର ଏବେ ଘୋର ଆନ୍ଦୋଳନ 

ଅପେକ୍ଷା କରିବା ପରେ

ଜହ୍ନ ଆଉ ସୂର୍ଯ୍ୟ ଏକା ବେହା ବାହୁଲ୍ୟ

ଉପେକ୍ଷିତ ଆକାଶକୁ ଚାହିଁ ଚାହିଁ

ବଂଚିବାକୁ ହୁଏ ll


ତମାମ ରାତିର ଆୟୁଷ କୋଳରେ

ଦେହର ଝାଳ ସବୁକୁ ପାଣି ପରି ପି ହୁଏ

କ୍ଷଣିକ ଦେଖା ପାଇଁ

ନିଜକୁ ଆଲୋକିତ କରିବା ଇଚ୍ଛାରେ..

ଅବାଂଛିତ ମୃତ୍ୟୁଗ୍ରାସରେ ଜୀବନ, ଯୌବନ ଜାଳି ଯାଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract