STORYMIRROR

Tapan kumar Sahu

Romance

3  

Tapan kumar Sahu

Romance

ପ୍ରେମ ଆଳାପ

ପ୍ରେମ ଆଳାପ

1 min
264

କହିବି ଭାବିଲି ମନକଥା ମୋର

ହେଲେତ ଲାଗିଲା ଡର

ପ୍ରପୋଜ କରିକି ହୀନିସ୍ଥା ହୋଇଲେ

ମୁହଁକି ଦେଖିବି ତାର ll

ଚୁପଚାପ ତାର ହୃଦୟ କାହାଣୀ

ମନରେ କରିଛି ଘର

ନ କହିଲେ ନାହିଁ ତାହାକୁ ମୁହିଁରେ

କରିଛି ପରା ନିଜର ll

ଦୁଇଟି ଦିନର ମିଳାମିଶା ନୁହେଁ

ପ୍ରେମର ପ୍ରତୀକ ରୂପ

ତଥାପି କେଜାଣି ହୃଦୟେ ସଜନୀ

କରୁଛିରେ ଅନୁତାପ ll

ଓଠଖୋଲି ଯେବେ କହିବ ସଜନୀ

ମନକଥା ମୋର ବୁଝି

ଜାଣିବି ସେଦିନ ହୃଦୟ ସାଥିରେ

ହୃଦୟ ହୋଇଛି ଯୋଡି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance