STORYMIRROR

Bijoy Jena

Romance Inspirational Others

4  

Bijoy Jena

Romance Inspirational Others

ରାଇ ଦାମୋଦର କଉଡ଼ି ଖେଳ

ରାଇ ଦାମୋଦର କଉଡ଼ି ଖେଳ

1 min
614


ରାସ ମଣ୍ଡପରେ  ଅଷ୍ଟସଖୀ ମେଳେ

    ବିଜେ ରାଇ ଦାମୋଦର

ଖେଳନ୍ତି କଉଡ଼ି   କି ଆନନ୍ଦ ମନେ

    କୁସୁମ ମହକ ଭାର।

ଦାମୋଦର ନିଜେ   ପଣ କରିଛନ୍ତି

    ଯଦି ଖେଳେ ହାରିଯିବେ

ରହିବେଯେ ପ୍ରଭୁ  ଅଷ୍ଟ ସଖୀ ମେଳେ

   ବନ୍ଧନରେ ଛନ୍ଦି ହେବେ।

ପ୍ରଥମ ପାଳିରେ   ଛଡାଇ ନ ପାରି

     ରାଇ ମୁଠାରୁ କଉଡ଼ି

ମଥାର ମୁକୁଟ   ଦେଇ ରାଇ ହସ୍ତେ

    ଲାଜେ ହେଲେ ଭିଡି ମୋଡି।

ଦ୍ଵିତୀୟ ପାଳିରେ  ପୁନଶ୍ଚ ଖେଳନ୍ତି

    ଏଥର ହାରି ଶ୍ରୀପତି

ଗଳାରୁ କାଢ଼ିଲେ  ହାର ମନୋହର

    ରାଇଙ୍କୁ ଦେଲେ ସମ୍ପର୍ପି।

ତୃତୀୟ ଥରରେ   ପୁଣି ହାରିଗଲେ 

    କାନ୍ଧୁ କାଢି ଉତ୍ତରୀୟ

ହସି ଠାକୁରାଣୀ   କହନ୍ତି ହେ ପ୍ରଭୁ

   ଦିଅ ଗୋ ମୋ ହାତେ ଦିଅ।

ଚତୁର୍ଥ ପାଳିରେ  ହାରିଗଲେ ପ୍ରଭୁ

    କର୍ଣ୍ଣରୁ କାଢି କୁଣ୍ଡଳ

ଏଥରକ ଅଷ୍ଟ   ସଖୀ ହସିଦେଲେ

   ଆଉ କି ଖେଳିବ ଖେଳ।

ବୁଝିଲେନି ଜମା  ଖେଳ ଚାଲୁ ହେଲା

    ପଞ୍ଚମ ପାଳିରେ ହାରି

ମୁରଲୀଧର ଯେ  ମୁରଲୀକୁ ଦେଲେ

   ରାଧା ହସ୍ତେ ମନ ମାରି୍।

ଶ୍ରୀରାଧା ପୁଛନ୍ତି  ବାଜିବନି ବଂଶୀ

   ଥିବା ଯାଏ ମୋର କରେ

ନିତି ରାଧେକୃଷ୍ଣ  ଶୁଣିବି ଲୋ ସଖୀ

   ମୋହନ ବାଇଁଶୀ ସୁରେ।

ଷଷ୍ଠରେ ହାରିଲେ ଆହା ଦାମୋଦର

   ଶ୍ରୀହସ୍ତ ମୁଦ୍ରିକା ଦେଲେ

ସପ୍ତମ ଥରରେ   ନୁପୁରକୁ ଦେଇ

   ଲାଜରେ ଲାଜେଇ ଗଲେ।

ହାରିଗଲେ ପଣେ  ରୁହହେ ମାଧବ

    ଅଷ୍ଟ ସଖୀ ବନ୍ଧନରେ

ଦେଇଥିବା ଚିଜ  ନେଇଯାଅ ପ୍ରଭୁ

    କିଛି ଲୋଡୁନି ଏଥିରେ।

ଲୋଡ଼ନାହିଁ ଧନ    ମାନ ସନମାନ

     ଏତିକି ହେ ଅଭିଳାଷ

ଏମହା କାର୍ତ୍ତିକେ  ଆମ ସାଥେ ପ୍ରଭୁ

     ବିରଚିବ ମହା ରାସ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance