STORYMIRROR

Jasoda Majhi

Romance

4  

Jasoda Majhi

Romance

ମୋ ଦରଦୀ ହୃଦୟ

ମୋ ଦରଦୀ ହୃଦୟ

1 min
445

ମୋ ଦରଦୀ ହୃଦୟ

ସବୁବେଳେ ଖାଲି ଅଥୟ,

ସେ କଣ କରୁଥିବେ କି ?

କୁଆଡ଼େ ଯାଇଥିବେ କି ?

ତାଙ୍କ ଫୋନ କାହିଁ ଆସୁନି ?

ମୋ ମେସେଜ କାହିଁ ଦେଖୁ ନାହାନ୍ତି ସେ ?

କିଛି ଅସୁବିଧା ହେଇ ନାହିଁ ତ

ପ୍ରଶ୍ନ ଉପରେ ପ୍ରଶ୍ନ !


ବାସ୍ତବତା କଣ କି

ଏଇଟା ପ୍ରଥମ ପ୍ରେମ ତ

ସମୟ ଅସମୟରେ ଆମେ ଟିକେ ଦୂରରେ

ଡିଜିଟାଲ ପ୍ରେମ ଦୁନିଆଁରେ

ଆମ ପ୍ରେମର ଆରମ୍ଭ ମଧ୍ୟ ଅନଲାଇନରୁ

ଏଇ ଯେମିତି ଫେସବୁକ, ଇନଷ୍ଟା

ମୋ ପ୍ରେମର ସୁରୁ କିନ୍ତୁ ହ୍ୱାଟ୍ସଆପ ମେସେଜରୁ ll


ପ୍ରେମ ଚିଠି କଲମ ଗୋଲାପ

ମିଳନ, ବିଚ୍ଛେଦ, ବିରହୀ.

ସବୁ ତକ ଫୋନରେ,

ବାସ୍ତବରେ ମୁଁ ତମକୁ ଦେଖିବି ପାରିନି

ଏଇ ଯେମିତିକି ଭିଡିଓ କଲ ଛଡ଼ା..

ତଥାପି ଏ ହୃଦୟ ପବିତ୍ର ତମରି ପ୍ରେମରେ ll


ତୁମେ ମୋ ପାଇଁ ଶୋଇ ଦେଖିଥିବା ସ୍ବପ୍ନ ନୁହଁ

ଭାସି ଆସିଥିବା ଭ୍ରମ ବି  ନୁହଁ...

ଜନ୍ମ ଜନ୍ମର ସାଥୀ ଟେ ତୁମେ ମୋ

ଏ ଦରଦୀ ହୃଦୟର ମାଲିକ ତୁମେ ମୋ

ହୃଦୟରେ ଥିବା ପବିତ୍ର ପ୍ରେମ ମୋ ll 

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance