Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Jena

Romance

4.0  

Chandrakanta Jena

Romance

କେବଳ ନାମେ ତୁମର

କେବଳ ନାମେ ତୁମର

1 min
1.4K


ମୟୁର ସୁନ୍ଦର ଅପସରି ଯାଏ

ବର୍ଷା ଫେରିଗଲା ପରେ

ତୁମ ସୁନ୍ଦରତା ଜ୍ଯୋତି ଚମକରେ

ଧରା ଆଲୋକିତ କରେ ।


ତୁମେ ହିଁ ଐଶ୍ଯର୍ୟ୍ଯ ତୁମେ ଅପରୂପା

ତୁମେ ଅସରନ୍ତି ଜ୍ଯୋତି

ଅପୂର୍ବା ଗୋ ତୁମେ ଏ ଧରା ପୃଷ୍ଠରେ

ଚିର ସ୍ମରଣୀୟ ଗୀତି  ।


ଗୋଲାପୀ ଅଧରେ ସ୍ମିତ ହସ ତୁମ

ପ୍ରିତୀର ଲହଡୀ ଭାଙ୍ଗେ

ହରିଣୀ ଆଖିରେ ପ୍ରିତୀ ବାଣ ପେସ

ଭିତି ଯାଏ ମୋର ଅଙ୍ଗେ ।


କେମିତି କହିବି ଆଗୋ ଏ ଶ୍ଯାମଳି

ତୁମେ ମୋ ନିଜର କେତେ

ଶରୀରଟି ସିନା ଅଲଗା ତୁମଠୁ

ହୃଦୟ ତୁମର ସତେ ।


ବୁଣି ଦେଇଗଲ ପ୍ରେମ ମଞ୍ଜି ଆସି

ଟାଙ୍ଗରା ହୃଦୟେ ମୋର

ପ୍ରିତୀ ଜଳ ପାଇ ହୋଇଲାଣି ଚାରା

କେବଳ ନାମେ ତୁମର ।



Rate this content
Log in

Similar oriya poem from Romance