Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan kumar Sethi

Romance

4  

Tapan kumar Sethi

Romance

ପ୍ରିୟା ପାଇଁ ପଦେ

ପ୍ରିୟା ପାଇଁ ପଦେ

1 min
2.4K



ମୋ ଛାତି ଭିତରେ ପ୍ରତି ଟି ସ୍ପନ୍ଦନ

   ଝୁରେ ତତେ ରାତି ଦିନ,

 ମୋ ସ୍ୱପ୍ନ ରେ କାହିଁ ସ୍ୱପ୍ନ ର ନାୟିକା

    ବିଚଳିତ କରୁ ମନ ।


ସମୁଦ୍ର ରେ ଥିବା ଶାମୁକା ଭିତର

   ସୁବର୍ଣ୍ଣର ମୁକ୍ତା ତୁମେ,

ଖୋଜି ମୁଁ ପାଏନା ସାଗର ଭିତରୁ କିନ୍ତୁ

  ପଡ଼ି ଯାଏ ମୁକ୍ତା ପ୍ରେମେ ।


ସ୍ୱର୍ଗ ପାରିଜାତ ଆଣିବି ରୂପସୀ

   ଗଭାରେ ତୁମେ ନାଇବ,

ହଁ,ଗଭା ରେ ଲଗାଇ ପାରିଜାତ ପୁଷ୍ପ

   ମନ ମୋର ମୋହୁଥିବ ।


ଚାନ୍ଦ କହିଛି ଲୋ ତୋହରି ମଥାରେ

    ଟିକିଲି ସାଜିବ ଆସି,

ଚାନ୍ଦିନୀ ରାତ୍ରିର ଅନ୍ଧକାର ମଧ୍ୟେ

   ମୋ ନିକଟେ ଥିବ ବସି ।


ମୋ ମନ ଉଦ୍ୟାନେ ଫୁଟିଛ ରୂପସୀ

     ସଜ ପୁଷ୍ପ ଟିଏ ହୋଇ,

କଳା ଭ୍ରମର ମୁଁ ମଧୁ ଖୋଜୁଥାଏ

     ତୁମକୁ ଚୁମିବା ପାଇଁ ।

     

ରାଜ ହଂସୀ ଭଳି ଚାଲୁଛ ରୂପସୀ

  ମୋତେ ପାଗଳ କରିଛ,

ତିରିଛି ନଜରେ ଚାହୁଁଛ କଣେଇ

  ଆଖି ରେ ହାଣି ଦେଉଛ ।


ହସ ରୁ ଝରୁଛି ମହୁ ସୁନା ଗୋରୀ

   ଲକ୍ଷେ ଟଙ୍କା ତୁମ ଚାଲି,

କୁହ ହେ ରୂପସୀ ମୋ କର୍ଣ୍ଣ ପାଖରେ

   ହେବ କି ମୋ ଘର ବାଲି ।


Rate this content
Log in