Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Tapan kumar Sethi

Inspirational

4.0  

Tapan kumar Sethi

Inspirational

ଯାଇଥିଲି ଦିନେ ପୁରୀକି

ଯାଇଥିଲି ଦିନେ ପୁରୀକି

1 min
241


କେତେ ଆଶା ନେଇ ଦରଶନ ପାଇଁ 

        ଯାଇଥିଲି ଦିନେ ପୁରୀକି,

ଦେଖିବା ପାଇଁ କି କାଳିଆ ହାତୀ କୁ

        ରହିଥିଲି ଚାତକ ପରିକି,

        ହଁ ମୁଁ ଯାଇଥିଲି ଦିନେ ପୁରୀକି l


ବଡ଼ ଶଙ୍ଖ ଠାରୁ ଦରଶନ କଲି

        ବଡ଼ ଦେଉଳର ନେତଟି,

କଣ ଲେଖିବି ନେତ ଟି ଉପରେ

        ବସି ପଡ଼ିଥିଲି ଥକିକି,

      ହଁ ମୁଁ ଯାଇଥିଲି ଦିନେ ପୁରୀକି l


ବଡ଼ ଦାଣ୍ଡକୁ ତୋ ଦେଖିରେ କାଳିଆ

        ମନ ହଜିଥିଲା ସେଇଠି,

କିପରି ତୋହର ମିଳିବ ଦର୍ଶନ

       ଭାବୁଥିଲି ମୁଁ ବସିକି,

      ହଁ ମୁଁ ଯାଇଥିଲି ଦିନେ ପୁରୀକି l


ତୋ ମନ୍ଦିର ଆଗେ ଅରୁଣସ୍ତମ୍ଭକୁ 

       ଜଣେଇଥିଲି ମୋ ପ୍ରଣତି,

ଜନସମୁଦ୍ର ତୋ ସିଂହଦୁଆରେ

      ଦେଖି ଭାବରେ ମୁଁ ବୁଡ଼ିଗଲି ଟି,

      ହଁ ମୁଁ ଯାଇଥିଲି ଦିନେ ପୁରୀକି l


ତତେ ଦେଖିବାକୁ ମନ୍ଦିରକୁ ତୋର

       ପସିଥିଲି ମୁଁ ଠେଲିକି,

କଳା ବାମନକୁ କିପରି ଦେଖିବି

       ଉଙ୍କି ମାରୁଥିଲା ପ୍ରଶ୍ନଟି, 

      ହଁ ମୁଁ ଯାଇଥିଲି ଦିନେ ପୁରୀକି l


ନଦେଖି ପାରିଲି ଭାବଗ୍ରାହୀଙ୍କୁ ଯେ

       ଶୁଖି ଗଲା ମୋର ମୁହଁଟି,

ମିଳିଲାନି ଟିକେ ପ୍ରଭୁଙ୍କ ଦର୍ଶନ

      କାନ୍ଦି ପକେଇଲି ସେଇଠି,

      ହଁ ମୁଁ ଯାଇଥିଲି ଦିନେ ପୁରୀକି l


ଅଭଡ଼ା କୁ ତୋର ଆନନ୍ଦ ବଜାରେ

      ଖାଇଥିଲି ଲୋତକ ଧରିକି,

ଆଉ କେବେ ପୁଣି ହେବ ଦରଶନ

       ମନେ ମନେ ଭାବୁଥିଲି ଟି

      ହଁ ମୁଁ ଯାଇଥିଲି ଦିନେ ପୁରୀକି l


ମୋ ସପନେ ଆସି କହିବୁ କାଳିଆ 

       ଲୁଚି ଗଲୁ କଣ ପାଇଁକି,

ଏତକି ଜଣେଇ ଫେରିଆସିଥିଲି

       ତୋ ବଡ଼ ଦେଉଳରୁ ଟି,

ହଁ ମୁଁ ଯାଇଥିଲି ଦିନେ ପୁରୀକି l

ହଁ ମୁଁ ଯାଇଥିଲି ଦିନେ ପୁରୀକି l

   

       


Rate this content
Log in