STORYMIRROR

Tapan kumar Sethi

Romance

4  

Tapan kumar Sethi

Romance

ଲାଗିଛି ନାଲି ରଙ୍ଗ

ଲାଗିଛି ନାଲି ରଙ୍ଗ

1 min
410

ଗହମ ରଙ୍ଗଲୋ        ଗୋରୀତୋ ଦେହଟା

        ମନକୁ ନେଉଛି କିଣି

ହରିଣୀ ଆଖି ତୋ       କଲିଜା ମୋହର

         ଖଣ୍ଡ ଖଣ୍ଡ କରେ ହାଣି ।


ନାଲି ଲିପିଷ୍ଟିକି          ଅଧର ତୁମର

       ଦେହ ଲୁଗା ତୁମ ନାଲି

ଗୋଟେ ହାତେ ନାଲି      ଚୁଡ଼ି ରୁଣୁ ଝୁଣୁ

        ହସ ତୁମ ପାନ ଖିଲି।


ଏମିତି ଲାଗୁଛି          ସତେକି ଯେମିତି

       ଗୋରୀ କୁ ପ୍ରେମ ହେଇଛି

ନାଲି ନାଲି ଦିସେ        ତା ଗୋରା ମୁହଁ ଟି

        ଲାଯେ ଝାଉଁଳି ଯାଇଛି।


ସରୁଆ ଅଣ୍ଟା ରେ       ବାନ୍ଧିଛି ଘାଗରା      

       ଅନ୍ୟ ହାତେ ଘଡ଼ି ଗୋଟେ

କଳା ଟିକିଲି ସେ        ମଥାରେ ନାଇଛି

        ସ୍ମିତ ହସ ତାର ମୁଖେ।


ମନ ଭିତରେ ସେ        ଗୋପନ ରଖିଛି

        ବହୁତ ଅକୁହା କଥା

କେମିତି କହିବ         କାହାକୁ କହିବ

      ତାର ସେ ପ୍ରେମର ଗାଥା।


ସବୁ କଥା ଭାବି        ସଜେଇ ହେଉଛି

       ରୁପା ଜହ୍ନ ପରି ଗୋରୀ

କେବେ ସେ ଆସିବ      ଭାବି ଭାବି ସଦା

      ଗୋପନ ରେ ହୁଏ ଝୁରି।


ଇନ୍ଦ୍ରଧନୁରୁ ସେ         ମାଗି ଆଣିଛି ରେ

       ନାଲି ରଙ୍ଗ ଟିକୁ ଗୋରୀ

ସଜବାଜ ହୋଇ        ମନକୁ ମୋହର

        କରିଦେଉଅଛି ଚୋରି।

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance