Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapan kumar Sethi

Inspirational Others

4.7  

Tapan kumar Sethi

Inspirational Others

ମୋ ହୁର୍ଦୟ ର କଥା

ମୋ ହୁର୍ଦୟ ର କଥା

1 min
263


ବୁଝେଇ ପାରୁନି ମନକୁ ମୋହର 

             ମନ ହୁଏ ଆନମନା,

କାହାକୁ କହିବି କିଏ ବା ଶୁଣିବ 

            ମୋର ଅନ୍ତର ବେଦନା l     

    

ହୃଦୟ କୁ ମୋର ପଚାରି ବୁଝିଲି

            କଣ ହୋଇଛି ତୋର,

କିଛି କହିଲାନି ନିରବ ରହିଲା

            ନଦେଲା ତାର ଉତ୍ତର l


ବହୁତ ବାଧିଛି ହୃଦୟକୁ ମୋର

           ଲେଖିବାକୁ ଶବ୍ଦ ନାହିଁ,

ତୁମେ ପୁଣି ମୋର ଭରସା ଭାଙ୍ଗିଲ

            କୁହ ମୋତେ କଣ ପାଇଁ l


ଲେଖିଲା ବେଳକୁ ଆଖିରୁ ମୋହର

            ଝରି ଯାଉଅଛି ଲୁହ,

କେମିତି କାହାକୁ ଏକଥା କହିବି

           ତୁମେ ଥରୁଟିଏ କୁହ l


ଏକା କରି ସବୁ ଚାଲି ଯାଉଛନ୍ତି

           କାହାକୁ ନାହିଁ ରେ ଆଶା,

ସପ୍ନକୁ ମୋହର ଚୁନା ଚୁନା କରି

           ଭାଙ୍ଗିଲ ମୋର ଭରସା l


ସଭିଙ୍କୁ ଭୁଲି ମୁଁ ଆପଣାର କଲି

          ପାଇଲି ତାହାର ଶାସ୍ତି,

ଭରସା ଭାଙ୍ଗିଲେ କେତେ କଷ୍ଟ ହୁଏ

           ଜାଣିବ ଅବା କେମତି l


କେଜାଣି ବହୁତ ମନେ ପଡୁଆଛି

           ସାଙ୍ଗ ସାଥି ପରିଜନ,

ଆଜି କାହିଁ ସବୁ ଅଲଗା ଲାଗୁଛି

           ଉଦାସରେ ଭରେ ମନ l


ଏମିତି ଭାଙ୍ଗିଛି ମେରୁଦଣ୍ଡ ମୋର

            ଉଠିପାରୁ ନାହିଁ ଜମା,

ସବୁ କଥା ଭାବି ଥରିଉଠେ ଛାତି

           ଲାଗୁଛି ଭାରି ଛାନିଆ l


କେବେ ଭାଙ୍ଗିବନି କାହାର ଭରସା

          କହୁଛି ମୁଁ ଯେ ଏତିକି,

ଭରସା ଭାଙ୍ଗିଲେ କେତେ ଯେ ଯନ୍ତ୍ରଣା

           ସିଏ ତ ଏକା ଜାଣଇ l


        


Rate this content
Log in

Similar oriya poem from Inspirational