STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଏଇ ମାଟି ମୋର ମାଆ

ଏଇ ମାଟି ମୋର ମାଆ

1 min
210

 ଏଇ ମାଟି ମୋର ମାଆ

 ଏଇ ଦେଶ, ଜାତି

  ମୋର ମାଆ

 ସେହି ମୋର ଭରସା

  ସେହି ପରା ମୋର ସାହା ।


 ତା'ର ସମ୍ମାନ

  ତା'ର ସ୍ଵାଭିମାନ

 ରକ୍ଷା କରିବା

  ମୋର ଜୀବନର ଅଟେ ପଣ

  ଯେତେ ଝଡ ଝଞ୍ଜା

   ଆସିଲେ ବି ସୁଦ୍ଧା

   ହେବି ନାହିଁ ମୁହିଁ

  ମୋ କର୍ତ୍ତବ୍ୟେ ନ୍ୟୁନ

  ହେବି ନାହିଁ ମୁଁ ମୋ

  ଦାୟିତ୍ଵବୋଧରେ ହୀନ ।


 ସେ ମୋ ମାଆ

  ସେ ମୋ ସାହା

 ତା'ର ଭରସାରେ

 ଜୀବନ ନଉକା

  ବାହୁଛି ମୁହିଁ

 ସେ ଏକା ମୋର

 ଜୀବନର ସାହା

 ତା ପାଇଁ ମୁଁ

  ଜୀବନ ଦେବି

 ତା ପାଇଁ ମୁଁ 

  ଜୀବନ ନେବି

 ଲୋଡା ନାହିଁ ମୋର

 ଧନ ସମ୍ପଦର ମାୟା

 ମୁଁ ତା ପାଇଁ

  ହୋଇଛି ବାୟା

 ତା'ର ଆତ୍ମସମ୍ମାନ ଓ

  ଈଜ୍ଜତ୍ ପାଇଁ

   ବଞ୍ଚିଛି ବଞ୍ଚିବି

 କେବେ ଊଣା ନ କରିବି

 କର୍ତ୍ତବ୍ୟେ ମୋର

 ସେ ପରା ମୋର ମାଆ

 ଜନନୀ, ଜନ୍ମଭୂମି

 ସ୍ଵର୍ଗାଦପି ଗରୀୟସୀ

 ମୋତେ ଶିଖାଇଛନ୍ତି

 ମୋର ଗୁରୁ ଗୁରୁଜନ ଯାହା ।


 ତା'ର ନିନ୍ଦା

  ତା'ର ଅପମାନ

 ମୋ ପାଇଁ ପରା

  ଅଟେ ଅସମ୍ମାନ

 କେମିତି ହରାଇବି

 ମୋର ଜନନୀର 

 ସ୍ଵାଭିମାନ, ଆତ୍ମସମ୍ମାନ

 ସ୍ଵାର୍ଥେ ହୋଇକରି ବାୟା

 ସେ ଯାହା ବି ହେଉ

 ଜୀବନର ପ୍ରତି କ୍ଷଣେ ଅନୁକ୍ଷଣେ

 ରଖିଛି ରଖିବି ପଣ

 ରଖିବି ମାଆର

   ମାନ ସମ୍ମାନ ।


 ସେ ମୋ ଜନନୀ, ଜନ୍ମଭୂମି

 ସେ ପରା ମୋର ମାଆ

  ଏଇ ମାଟି ମୋର ମାଆ

  ଏଇ ଦେଶ, ଜାତି

   ମୋର ମାଆ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational