STORYMIRROR

Samita Swain

Inspirational

3  

Samita Swain

Inspirational

ମାଆ

ମାଆ

1 min
213

ମମତାରେ ଭରା ହୃଦୟ ସର୍ବଦା

  ଶାନ୍ତ କାନ୍ତ ସୌମ୍ଯ ମୂର୍ତ୍ତି 

ବାତ୍ସଲ୍ୟ ପ୍ରୀତିର ନିର୍ମଳ ପ୍ରବାହ 

  ମାଆ ସେ'ତ ଜନ୍ମଦାତ୍ରୀ।


କରୁୁଣା ରେ ଭରା ସଦା କ୍ଷମାଶୀଳା

  ଭରସାର ଗିିରୀଶୃଙ୍ଗ 

ନିଷ୍କାମ ପ୍ରେମର ଶ୍ରଦ୍ଧା ଅନୁରାଗେ

  ମହିମା ମଣ୍ଡିତ ଅଙ୍ଗ।


କୈବଲ୍ଯ କଣିକା ଝରେ ଝରଝର 

   ସ୍ନେହପୂର୍ଣ୍ଣ ତା ଅନ୍ତର 

ଉଦାର ଚେତନେ ସଦା ପ୍ରଫୁଲ୍ଲିତ

    ହୃଦୟ ମହାସାଗର।


ଛଳନା ବିହୀନ କାୟାକଳ୍ପେ ତାର 

    ମନାସଇ ସର୍ବ ଶୁଭ 

ଅମୃୃୃତମୟ ତା ପଣତର ସ୍ପର୍ଶ 

    ବାସ୍ତବ ସେ ଅନୁଭବ।


ଶୁଦ୍ଧପୂତ ଭାବ ପବିତ୍ର ସୁନ୍ଦର 

    ମନ ତା'ର ଗଙ୍ଗାଜଳ 

ସନ୍ତାନ ର ଦୁଃଖ ନ ପାରଇ ଦେଖି 

    ଆଖି ହୁଏ ଛଳଛଳ।


ପ୍ରେମ ତିତିକ୍ଷାରେ ସେ ଅଟେ ଈଶ୍ବରୀ

     ତ୍ଯାଗ ତାର ସୀମାହିନ 

ସ୍ବର୍ଗ ଠାରୁ ପରା ମାଆ ଯେ ମହାନ୍ 

    ଉତ୍ସର୍ଗୀକୃତ ଜୀବନ।


ନମ୍ରତା ସ୍ବଭାବ ମହାମନ୍ତ୍ର ତାର

    ବିିିଶ୍ବାସେ ଭରା ଭଣ୍ଡାର 

ସବୁୁୁରି ଜୀବନେ ମୁକ୍ତି ପଥ ସେଇ 

    ମା' ପାଦେ କୋଟି ଜୁହାର।

    

       

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational